ଆଇସୋଲେଟ୍ ହୋଇ ରହୁଥିବା ରୋଗୀଙ୍କ ପାଇଁ କାହିଁକି ଜରୁରୀ ଅକ୍ସିମିଟର, ଜାଣନ୍ତୁ ଏହା କେମିତି କରିଥାଏ କାମ

କରୋନା ଭାଇରସ୍ ପୁଣି ଥରେ ସାରା ଦୁନିଆରେ ବହୁତ ବେଗରେ ବ୍ୟାପୁଛି। ଦିଲ୍ଲୀ ସମେତ ଭାରତର ଅନେକ ରାଜ୍ୟରେ କରୋନା ମାମଲା ବହୁତ ସାମ୍ନାକୁ ଆସୁଛି। ଏତେ ମାତ୍ରାରେ ସଂକ୍ରମିତ ମାମଲା ଦେଖିବାକୁ ମିଳୁଛି ଯେ ହସପିଟାଲରେ ନା ବେଡ୍ ମିଳୁଛି ନା ଅକ୍ସିଜେନ୍‌। ତେଣୁ ଏମିତି ସ୍ଥିତିରେ ଡାକ୍ତର ଲୋକମାନଙ୍କୁ ଘରେ ଆଇସୋଲେଟ୍ ହୋଇ ରହିବାକୁ ପରାମର୍ଶ ଦେଉଛନ୍ତି। ଯେଉଁ ଲୋକଙ୍କ ଠାରେ ଅକ୍ସିଜେନ୍ ସ୍ତର କମ୍ ରହୁଛି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ କୁହାଯାଉଛି। ତେବେ ଅକ୍ସିଜେନ୍ ସ୍ତର ମାପିବା ପାଇଁ ଡାକ୍ତର ଅକ୍ସିମିଟରର ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି। ଯଦି ଆପଣ ଘରେ ଆଇସୋଲେଟ ହୋଇ ରହିଛନ୍ତି ତାହେଲେ ଅକ୍ସିଜେନ ମାପିବା ପାଇଁ ପଲ୍ସ ଅକ୍ସିମିଟର ରଖିବା ବହୁତ ଜରୁରୀ। ତେବେ ଆସନ୍ତୁ ଜାଣିବା କଣ ଏହି ପଲ୍ସ ଅକ୍ସିମିଟର ଏବଂ ଏହା କେମିତି କାମ କରିଥାଏ।

metreଅକ୍ସିମିଟର କଣ ?

ପଲ୍ସ ଅକ୍ସିମିଟର ଏକ ଛୋଟ ମେସିନ୍‌। ଯେଉଁଥିରେ ଆଙ୍ଗୁଳି ଲଗାଇଲେ ରିଡିଙ୍ଗ୍ ଆସିଥାଏ। ଏହା ସାହାଯ୍ୟରେ ରକ୍ତରେ ଅକ୍ସିଜେନ୍ ସାଚୁରେସନ ମପା ଯାଇପାରିବ। ବ୍ଲଡରେ ଅକ୍ସିଜେନର ପ୍ରବାହରେ ଶରୀରର ସମସ୍ତ ଅଙ୍ଗ ଠିକ ଭାବରେ କାମ କରୁଛି କି ନାହିଁ ତାହା ଏହି ଛୋଟିଆ ମେସିନ୍ ସାହାଯ୍ୟରେ ପତ୍ତା ଲଗା ଯାଇପାରିବ। କେବଳ ଏତିକି ନୁହେଁ ଏହି ଛୋଟିଆ ଡିଭାଇସ୍ ଶରୀରରେ ହେଉଥିବା ଛୋଟରୁ ଛୋଟ ପରିବର୍ତ୍ତନକୁ ବି ଜାଣିପାରେ।

pulseଏହା କେମିତ କରିଥାଏ କାମ ?

କରୋନା ରୋଗୀଙ୍କୁ ଦିନରେ ୩ରୁ୪ ଥର ପଲ୍‌ସ ଅକ୍ସିମିଟର ଜରିଆରେ ନିଜର ଅକ୍ସିଜେନ୍ ସ୍ତରକୁ ଚେକ କରିବା ଉଚିତ। ଯେଉଁ ଲୋକ ହୋମ୍ ଆଇସୋଲେସନରେ ଅଛନ୍ତି ସେମାନଙ୍କ ପାଇଁ ଏହା ବହୁତ ଜରୁରୀ ହୋଇଥାଏ। ପଲ୍ସ ଅକ୍ସିମିଟରରେ ଏକ ଛୋଟିଆ ଡିମ୍ ଲାଇଟ ଦ୍ୱାରା ବ୍ଲଡ ସେଲ୍ସ ଏବଂ ସେଲ୍ସର ମୁଭମେଣ୍ଟକୁ ରଙ୍ଗ ଦ୍ୱାରା ଡିଟେକ୍ଟ କରିଥାଏ। ଏହା ବ୍ଲଡ ସେଲ୍ସର କଲର ଆଧାରରେ ଅକ୍ସିଜେନ ସାଚୁରେସନକୁ ମାପିଥାଏ।

oximeterକେତେ ରହିବା ଉଚିତ ଅକ୍ସିଜେନ ସ୍ତର ?

ଡାକ୍ତରଙ୍କ କହିବାନୁଯାୟୀ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଅକ୍ସିଜେନ୍ ସ୍ତର ୯୬ ପ୍ରତିଶତ ରହିବା ଉଚିତ। ଯଦି ଅକ୍ସିଜେନ୍ ଲେବଲ ୯୫ ପ୍ରତିଶତରୁ କମ୍ ହେଲା ତାହେଲେ ଜାଣନ୍ତୁ ଏହା ରୋଗୀ ପାଇଁ ବିପଦ। ସେହିପରି ଯଦି ଅକ୍ସିଜେନ ଲେବଲ ୯୦ ରୁ କମ୍ ହୁଏ ତାହେଲେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନେବା ଜରୁରୀ।

 

Leave A Reply

Your email address will not be published.