ପିଲାଙ୍କର ଏହି କ୍ୟୁଟ୍ ଭିଡିଓର ଗୋଟେ ଗୋଟେ ସେକେଣ୍ଡ ଆପଣଙ୍କୁ ଆସିବ ବହୁତ ପସନ୍ଦ, ଥରେ ନଜର ପକାନ୍ତୁ

ଗୋଟେ ଗୋଟେ ମୁହୂର୍ତ୍ତ ଏମିତି ଥାଏ, ଯାହାକୁ ଠିକ ଟାଇମରେ କ୍ୟାପଚର କରିବା ନିହାତି ଜରୁରୀ ହୋଇଥାଏ। କାହିଁକିନା ପରେ ତାକୁ ଦେଖି କାହାର ମୁଡ୍ ଠିକ୍ ହୋଇଥାଏ ଏବଂ ଖୁସି ମିଳିଥାଏ। ଯଦି ଆପଣ ଘଟିଥିବା କିଛି ଖାସ୍ ମୁହୂର୍ତ୍ତକୁ କ୍ୟାପଚର କରିକି ନରଖିପାରିଲେ ତ ଆପଣ ବହୁତ ଅଫସୋସ୍ କରିଥାନ୍ତି ଆଉ ଭାବନ୍ତି ସେତେବେଳେ ସେହି ମୁହୂର୍ତ୍ତକୁ କାହିଁକି ସାଇତି କି ରଖିନାହିଁ। ଏବେ ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଏକଦମ୍ ଖୁସି ହୋଇଯିବେ, ଆଇ ଆପଣଙ୍କ ମୁହଁରେ ନିହାତି ଭାବରେ ସ୍ମାଇଲ୍ ଆସିଯିବ।

ଏବେ ଛୋଟ ଛୋଟ ପିଲାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯାହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ସବୁ ପିଲା ଲାଇନରେ ଛିଡା ହୋଇଛନ୍ତି। ଗୋଟେ ପାର୍ଶ୍ୱରେ ପୁଅ ଆଉ ଅନ୍ୟ ପାଖରେ ଝିଅ। ଏହାପରେ ଜଣେ ପରେ ଜଣେ ଝିଅ ଆସୁଛନ୍ତି ଗୋଟେ ଗୋଟେ ପୁଅଙ୍କୁ ଧରି ନିଜ ସାଥିରେ ଚାଲିଯାଉଛନ୍ତି। ଏହି ସମୟରେ ପିଲାମାନଙ୍କର ଏକ୍ସପ୍ରେସନ ଦେଖିଲେ ଆପଣ ଏକଦମ୍ ଖୁସି ହୋଇଯିବେ। ଏମାନଙ୍କୁ ଦେଖି ଆପଣ ବି କହିବେ ପ୍ରେମ ଏମିତି ହିଁ ହୋଇଥାଏ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେଉଁ ପୁଅଟି ଲାଇନର ଫ୍ରଣ୍ଟରେ ଛିଡା ହୋଇଛି, ସେ ବହୁତ ସମୟ ପର‌୍ୟ୍ୟନ୍ତ ଅପେକ୍ଷା କରୁଛି। ଏହାପରେ ତାର ପାର୍ଟନର ଯେତେବେଳେ ତା ଆଡକୁ ଆସୁଛି ତ ସେ ବହୁତ ଖୁସିରେ ତା ସାଥିରେ ଚାଲି ଯାଉଛି। କିନ୍ତୁ ତାପୂର୍ବରୁ ଯେତେ ବି ଝିଅ ଆସିଲେ ସେ କାହା ସହିତ ଗଲାନାହିଁ।

ପୁଣି ମଝିରେ ଆପଣ ଦେଖିପାରିବେ ଯେ ଗୋଟେ ପିଲା ସହିତ କେହି ଗଲେ ନାହିଁ। ତାପରେ ଗୋଟେ ପୁଅ ନିଜ ଆଡୁ ଲାଇନରୁ ବାହାରି ତା ହାତ ଧରି ଚାଲିଲା। ଗ୍ରୀନ ଜାକେଟ ପିନ୍ଧିଥିବା ପିଲାଟିକୁ ସବୁ ଜେଣ୍ଟଲମ୍ୟାନ କହିଲେ।

ଏହି ଭିଡିଓ ବହୁତ କଥାକୁ ବୟାନ କରୁଛି। ପ୍ରଥମଟି ହେଉଛି ଏଥିରୁ ଜଣାପଡୁଛି ଯେ ପ୍ରେମ କଣ, ଅପେକ୍ଷା କଣ ଏବଂ କାହାକୁ ପସନ୍ଦ କରି ପ୍ରେମ କରିବା। ଏହି ପିଲାମାନେ ବହୁତ ଛୋଟ କିନ୍ତୁ ବୟାନ କରୁଛି ବହୁତ କିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.