ବରଗଡ଼(କେନ୍ୟୁଜ୍): ବରଗଡ଼ରେ ହେବ ପୂର୍ଣ୍ଣାଙ୍ଗ କ୍ୟାନ୍ସର ହସ୍ପିଟାଲ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ ୯୦କୋଟି ୨୭ଲକ୍ଷ ଟଙ୍କା ଘୋଷଣା କରିଛି। ଏହି ଟଙ୍କାରେ କେବଳ ୧ଲକ୍ଷ ୩୬ହଜାର ୫୦୭ ବର୍ଗ ଫୁଟର ପାଞ୍ଚ ମହଲା ବିଶିଷ୍ଟ ଡାକ୍ତରଖାନା କୋଠା ନିର୍ମାଣ ହେବ। ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ପାଇଁ ଆଗାମୀ ଦିନରେ ୩୦କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର ହେବ। ଡାକ୍ତରଖାନାରେ ରେଡିଏସନ ଥେରାପି ୟୁନିଟ, ମେଡିକାଲ ଅଙ୍କଲୋଜି ଓପିଡି, ସର୍ଜିକାଲ ଅଙ୍କଲୋଜି ଓପିଡି, ଡେ କେୟାର ସେଣ୍ଟର, ପିଇଟିସିଟି, ଗ୍ରାମା ହଟ୍ ଚାମ୍ବର, ଆଇପିଡି ମେଡିକାଲ ଅଙ୍କଲୋଜି, ଆଇପିଡି ସର୍ଜିକାଲ ଅଙ୍କଲୋଜି, ଅପରେସନ ଥିଏଟର ଓ ଆଇସିୟୁ ବ୍ୟବସ୍ଥା ରହିବ।
ପୂର୍ବରୁ ବରଗଡ଼ରେ କ୍ୟାନସର କେୟାର ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସ୍ୱାସ୍ଥ୍ୟ ବିଭାଗ ୧୦କୋଟି ୪୯ଲକ୍ଷ ଟଙ୍କା ମଞ୍ଜୁର କରିଥିଲା। କିନ୍ତୁ ଜନସାଧାରଣଙ୍କ ଦାବି ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅନୁରୋଧ ପରେ ପୂର୍ଣ୍ଣାଙ୍ଗ କ୍ୟାନସର ହସପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଫଳରେ ପୂର୍ବରୁ ଥିବା ୧୦କୋଟି ୪୯ଲକ୍ଷ ଟଙ୍କାକୁ ବୃଦ୍ଧି କରି ୯୦କୋଟି ୨୭ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।.