Below header

ଗଞ୍ଜାମର ସ୍ୱର୍ଗତ ବିପିନ ପ୍ରଧାନଙ୍କ ଅଙ୍ଗଦାନ ପାଇଁ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରାଗଲା ଦ୍ୱିତୀୟ ସୂରଜ ସମ୍ମାନ

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲାର ସ୍ୱର୍ଗତ ବିପିନ ପ୍ରଧାନଙ୍କ ଅଙ୍ଗଦାନ ପାଇଁ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରାଗଲା ଦ୍ୱିତୀୟ ସୂରଜ ସମ୍ମାନ। ବିପିନଙ୍କ ପତ୍ନୀଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି। ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିଲା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ , ମୃତ୍ୟୁ ସମୟରେ ବି ମାନବିକତାକୁ ବଞ୍ଚାଇ ରଖ। ଏହାସହ ଅଙ୍ଗଦାନ ପାଇଁ ଆଗେଇ ଆସିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆସ୍କା ବିଧାୟିକା ମଞ୍ଜୁଲତା ସ୍ୱାଇଁ ଓ ଗଞ୍ଜମ ଜିଲ୍ଲାପାଳ ସ୍ୱର୍ଗତ ବିପିନଙ୍କ ପତ୍ନୀ ରେଣୁ ପ୍ରଧାନଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ।

suraj award

ସ୍ୱର୍ଗତ ବିପିନ ପ୍ରଧାନ ଗଞ୍ଜାମ ଜିଲ୍ଲା ବୋରସିଂ ପଞ୍ଚାୟତ ଭାଟପଡାର ବାସିନ୍ଦା। ଗତ ମାର୍ଚ୍ଚରେ ସେ ନିଜର ହୃତପିଣ୍ଡ, ଦୁଇଟି ଆଖି, କିଡନି, ଲିଭର ଭଳି ୬ଟି ଅଙ୍ଗକୁ ଦାନ କରିଥିଲେ। ସୁରତ ସ୍ଥିତ କିରଣ ହସ୍ପିଟାଲରେ ଚିକତ୍ସିତ ଅନ୍ୟ ରୋଗୀମାନଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ୨୦୧୯ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୂରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କିଡନି, ଲିଭର, ହାର୍ଟ ଏବଂ ଦୁଇ ଆଖି ଦାନ କରିଥିଲେ। ଅଙ୍ଗଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇ ପାରିଥିଲେ। ତାଙ୍କ ତ୍ୟାଗ ସମସ୍ତଙ୍କୁ ଅଭିଭୂତ କରିଥିଲା। ସୂରଜଙ୍କ ସ୍ମୃତିରେ ସୂରଜଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.