Below header

ଚାଣକ୍ୟ ନୀତି : ଦୁନିଆର ସବୁଠୁ ବଡ଼ ମନ୍ତ୍ର, ସବୁଠୁ ବଡ଼ ତିଥି ଓ ସର୍ବଶ୍ରେଷ୍ଠ ବ୍ୟକ୍ତି କିଏ ଜାଣନ୍ତୁ

ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ‘ଚାଣକ୍ୟ ନୀତି’ରେ ନିଜ ଜୀବନର ଅନୁଭବକୁ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଜୀବନରେ ସଠିକ୍ ମାର୍ଗରେ ବଞ୍ଚିବା ବିଷୟରେ କହିଛନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କୁ ଆଜି ଭାରତୀୟ ଇତିହାସର ମହାନ ବିଦ୍ୱାନଙ୍କ ସ୍ଥାନ ଦିଆଯାଇଛି। ଯଦି ତାଙ୍କ କଥା ଉପରେ ଧ୍ୟାନ ଦିଆଯାଏ ତେବେ ବ୍ୟକ୍ତି ଜୀବନରେ କେବେ ବି ପରାଜୟ ହୋଇପାରିବେ ନାହିଁ। ଆଜି ଆସନ୍ତୁ ଜାଣିବା ଆଚାର୍ଯ୍ୟଙ୍କ ଅନୁସାରେ ସବୁଠୁ ବଡ଼ ମନ୍ତ୍ର, ସବୁଠୁ ବଡ଼ ତିଥି, ସର୍ବଶ୍ରେଷ୍ଠ ଦାନ ଓ ସର୍ବଶ୍ରେଷ୍ଠ ବ୍ୟକ୍ତି କିଏ ?

ସବୁଠୁ ବଡ଼ ମନ୍ତ୍ର : ଗାୟତ୍ରୀ ମାତାଙ୍କୁ ଋକ୍‌ ବେଦ, ଜର୍ଜୁ ବେଦ,ଅଥର୍ବ ବେଦ ଓ ସାମ ବେଦର ଜନନୀ ବୋଲି କୁହାଯାଏ । ଗାୟତ୍ରୀଙ୍କୁ ବେଦର ଦେବୀ ବୋଲି କୁହାଯାଏ । ତେଣୁ ବେଦର ଦେବୀଙ୍କ ପାଇଁ ଯେଉଁ ମନ୍ତ୍ର ଗାୟନ କରାଯାଏ ତାହା ହିଁ ସର୍ବ ଶ୍ରେଷ୍ଠ ମନ୍ତ୍ର ଅଟେ । ସବୁ ବ୍ୟକ୍ତିଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ୍‌ ।

ସର୍ବଶ୍ରେଷ୍ଠ ତିଥି : ଆଚାର୍ଯ୍ୟ ଚାଣକ୍ୟ ଏକାଦଶୀ ତିଥିକୁ ସର୍ବଶ୍ରେଷ୍ଠ ତିଥି ବୋଲି କହିଛନ୍ତି ।

ସର୍ବଶ୍ରେଷ୍ଠ ବ୍ୟକ୍ତି : ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସଂସାରରେ ସମସ୍ତଙ୍କର ଅଲଗା ଅଲଗା ମହତ୍ତ୍ୱ ରହିଛି । ତେବେ ସମ୍ପୂର୍ଣ୍ଣ ସୃଷ୍ଟିରେ ସବୁଠୁ ଶ୍ରେଷ୍ଠ ହେଉଛି ମା’ । ମା’ ତା’ର ସନ୍ତାନକୁ ପୃଥିବୀ ପୃଷ୍ଠକୁ ଆଣିଥାଏ । ଶେଷ ପର୍ଯ୍ୟନ୍ତ ତା’ ପାଇଁ ନିଃସ୍ୱାର୍ଥପର ଭାବେ କାମ କରିଚାଲିଥାଏ । ପ୍ରତ୍ୟେକ ବ୍ୟକ୍ତିକୁ ମା’ଙ୍କର ସେବା କରିବା ଉଚିତ୍‌ । ମା’ଙ୍କ ସେବା ହେଉଛି ପୃଥିବୀରେ ସ୍ୱର୍ଗ ପରି ।

ସର୍ବଶ୍ରେଷ୍ଠ ଦାନ : ଚାଣକ୍ୟଙ୍କ ଅନୁଯାୟୀ, ଅନ୍ନଦାନ ହେଉଛି ସର୍ବଶ୍ରେଷ୍ଠ ଦାନ । ଏହାଠାରୁ ଆଉ ମହାଦାନ କିଛି ନାହିଁ । ଯଦି ଆପଣ କୌଣସି କ୍ଷୁଦାର୍ତ୍ତ ବ୍ୟକ୍ତିକୁ ଭୋଜନ କରାଇ ଦେବେ ତାହା ସବୁଠୁ ବଡ଼ ଦାନ ହେବ ବୋଲି ଚାଣକ୍ୟ କୁହନ୍ତି । ତେଣୁ ଅନ୍ନଦାନ ଜରୁରୀ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.