ବାଲେଶ୍ବର(କେନ୍ୟୁଜ୍): ରାସ୍ତା ଖରାପ ଯୋଗୁଁ ଅଧାବାଟରେ ଫଶି ରହିଲା ଆମ୍ବୁଲାନ୍ସ । ପ୍ରାୟ ଘଣ୍ଟାଏ କାଳ ଆମ୍ବୁଲାନ୍ସ ଫସି ରହିଥିଲା । ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ମୃତ୍ୟୁ ହୋଇଛି ।
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁମୁଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେହି ଗାଁର ଜଣେ ବ୍ୟକ୍ତି ଅସୁସ୍ଥ ହେବାରୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । କିନ୍ତୁ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସଟି ଅଧା ରାସ୍ତାରେ ଫସି ରହିଥିଲା । ପରେ ଏକ ଟ୍ରାକ୍ଟର ସାହାଯ୍ୟରେ ଆମ୍ବୁଲାନ୍ସଟିକୁ ବାହାର କରାଯାଇଥିଲା ।