ଆଜି ନିଟ୍‌ ପରୀକ୍ଷା,ଦେଶର ୧୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୩ହଜାର ୮୬୨ କେନ୍ଦ୍ରରେ ଦେବେ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ନିଟ୍‌ ପରୀକ୍ଷା। ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ପରୀକ୍ଷା ହେବ। ଦେଶର ୧୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୨୦୨ଟି ସହରର ୩ହଜାର ୮୬୨ କେନ୍ଦ୍ରରେ ପରୀକ୍ଷା ହେବ। ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ସର୍ବଭାରତୀୟ ପରୀକ୍ଷା ଅନୁଷ୍ଠିତ ହେବ।

ଓଡ଼ିଶାର ୧୬ଟି ସହରରେ ୩୭ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଛନ୍ତି। ଅନୁଗୁଳ ସମେତ ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା ଓ ପୁରୀ ସହରରେ ୮୩ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା କେନ୍ଦ୍ରରେ ସବୁ ପରୀକ୍ଷାର୍ଥୀଙ୍କୁ ମାସ୍କ ପ୍ରଦାନ କରାଯିବ।

ଛାତ୍ରଛାତ୍ରୀ ପର୍ଯ୍ୟାୟ କ୍ରମେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଓ ପ୍ରସ୍ଥାନ କରିବେ। କଣ୍ଟାକ୍ଟଲେସ୍‌ ରେଜିଷ୍ଟ୍ରେସନ ସହ ସାମାଜିକ ଦୂରତା ନିୟମକୁ ଦୃଷ୍ଟିରେ ରଖି ସିଟିଂ ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ବୈଦୁତିକ ଉପକରଣ ପରୀକ୍ଷା କେନ୍ଦ୍ରକୁ ନେବାକୁ ପ୍ରାର୍ଥୀଙ୍କୁ ଅନୁମତି ମିଳିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.