Below header

ଅଖ୍ୟାତ ଆଶା ଦିଦିଙ୍କୁ ବିଖ୍ୟାତ ସମ୍ମାନ: ଫୋର୍ବସ ମହିଳା ସଶକ୍ତିକରଣ ତାଲିକାରେ ସୁନ୍ଦରଗଡ଼ ଆଦିବାସୀ ଆଶାକର୍ମୀ ମାତିଲଦା କୁଲୁ

ସୁନ୍ଦରଗଡ଼(କେନ୍ୟୁଜ୍):  ନାରୀ କେତେବେଳେ ପାଲଟେ ମା ତ ଆଉ କେତେବେଳେ ପାଲଟେ ନାରାୟଣି। ବର୍ତ୍ତମାନ ସମାଜର ସଂଘର୍ଷପୂର୍ଣ୍ଣ ଜୀବନ ଭିତରେ ଦେଖାଯାଏ କେଉଁଠି ନା କେଉଁଠି ନାରୀଟିଏ ଅବଳା ଦୂର୍ବଳା ଭାବି ଅବହେଳିତ ହୁଏ । କିନ୍ତୁ  ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ ଆଦିବାସୀ ମହିଳା । ଆଶାକର୍ମୀ ଭାବେ କାମ କରି ପାଲଟିଛନ୍ତି ଦେଶର ଶକ୍ତିଶାଳୀ ମହିଳା ବ୍ଯକ୍ତିତ୍ୱଙ୍କ ମଧ୍ୟରେ ଜଣେ । ଆଉ ଫୋର୍ବସ୍‌ ଇଣ୍ଡିଆ ଡବ୍ଲୁ-ପାୱାର ୨୦୨୧ ତାଲିକାରେ ତୃତୀୟ ସ୍ଥାନରେ ରହି ନିଜର ତଥା ଜିଲ୍ଲାର ପାଇଁ ଆଣିଦେଇଛନ୍ତି ଗୌରବ।

ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ଗଡଗଡବାହାଲ ଗ୍ରାମର ମାତିଲଦା କୁଲୁ । ସ୍ବାମୀ ଓ ନିଜ ୨ ପିଲାଙ୍କୁ ନେଇ ତାଙ୍କ ସଂସାର। ଏକ ଅଭାବୀ ପରିବାର ମାତ୍ର ମନରେ ଅନେକ ଇଛା । ଅନ୍ଯକୁ ସାହାଯ୍ଯ କରିବାକୁ ସବୁବେଳେ ଆଗେଇ ଆସୁଥିବା ମାତିଲଦା ୨୦୦୫ ମସିହାରେ ଆଶକର୍ମୀ ଭାବେ ପାଇଥିଲେ ନିଯୁକ୍ତି।  ଆଶାଦିଦି ଭାବେ କାମ କାରିବା ସହ ନିଜର ରହିଥିବା କିଛି ଜମିରେ ସ୍ବାମୀଙ୍କ ସହ ଚାଷବାସ କରନ୍ତି। ସୁନ୍ଦରଗଡ ଜିଲ୍ଲାର ଗ୍ରାମଂଚଳରେ ରହିଥିବା ଅନ୍ଧବିଶ୍ବାସ,ଗୁଣିଗାରେଡିକୁ ଲୋକଙ୍କ ମନରୁ ଦୁର କରିବା ସହ ଅପହଞ୍ଚ ଇଲାକାରେ  ସ୍ବାସ୍ଥ୍ୟସେବା  ପହଞ୍ଚାଇବାପାଇଁ ମନେ ମନେ ପ୍ରତିଜ୍ଞା କରି ଆରମ୍ଭ କରିଥିଲେ ନିଜର କର୍ତ୍ତବ୍ଯ।

 

ରାତି ପାହିବା ମାତ୍ରେ ନିଜ ଘର କାମ କରିବା ସହ ପରିବାର ଲୋକଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଏକ ସାଇକେଲରେ ବାହାରି ଯାଆନ୍ତି ନିଜର କର୍ମକ୍ଷେତ୍ରକୁ । ଗାଁରେ ଦୁଆର ଦୁଆର ବୁଲି ଅନ୍ଧବିଶ୍ୱାସ, ଜାତିବାଦ ଏବଂ ଅସ୍ପୃଶ୍ଯତା ଠାରୁ ଦୁରେଇ ରହିବା ପାଇଁ ଲୋକଙ୍କୁ ବୁଝାଇଥାନ୍ତି।  ମହାମାରୀ କରୋନା ସମୟରେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇବାରେ ପ୍ରମୁଖ ଭୁମିକା ନିଭାଇଥିଲେ ମାତିଲଦା। ଆଉ ଏହି ସବୁ କାମରେ ପରିବାର ଲୋକ  ସମ୍ପୁର୍ଣ୍ଣ ଭାବରେ ସହଯୋଗ କରି ଆସୁଥିଲେ। ନିଜ କାମ କରିବା ଭିତରେ ଏତେ ବଡ ସଫଳତା ମିଳିବ କେବେ ସ୍‌ପ୍ନରେ ମଧ୍ୟ ଭାବିନଥିଲେ ମାତ୍ର ଆଜି ସଫଳତା ପାଇବା ପରେ ଏହା କେବଳ ଇଛା ଶକ୍ତି ପାଇଁ ସମ୍ଭବ ଏବଂ ପ୍ରତ୍ୟେକ ମହିଳା ଚାହିଁଲେ ସମାଜରୁ ଏଭଳି କୁସଂସ୍କାର ଦୁର ହୋଇପାରିବ ବୋଲି କହିଛନ୍ତି ମାତିଲଦା।  ନିଜ ମାଁଙ୍କ ସଫଳତାରେ ଝିଅ ମଧ୍ୟ ବେଶ ଗର୍ବ ଅନୁଭବ କରିଛନ୍ତି।

ଫୋବର୍ସ ତାଲିକାରେ ପ୍ରକାଶିତ ମହିଳା ସଶକ୍ତି କରଣ ୨୦୨୧ ମସିହା ପାଇଁ ମାତିଲଦାଙ୍କୁ ତୃତୀୟ ସ୍ଥାନ ପାଇଁ ମନୋନୀତ କରାଯାଇଛି। ପ୍ରଥମ ସ୍ଥାନରେ ଅପର୍ଣ୍ଣା ପୁରୋହିତ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅରୁନ୍ଧତି ଭଟ୍ଟାଚାର୍ଯ୍ଯ। ମାତିଲଦାଙ୍କ  କାମରେ ଗ୍ରାମବାସୀ ଅନେକ ଖୁସି ଅନୁଭବ କରିବା ସହ ତାଙ୍କ ସହକର୍ମୀ ମାନେ ବେଶ ଖୁସି । ଗାଁର କୌଣସି ଲୋକଙ୍କୁ କିଛି ଅସୁବିଧା ନେଇ  ଖବର ପାଇବା ମାତ୍ରେ ଆଶା ଦିଦି ସେଠାରେ ପହଞ୍ଚି ଅସୁବିଧା ସମ୍ପର୍କରେ ବୁଝାସୁଝା କରିଥାନ୍ତି।  ରାତି ହେଉ ବା ଦିନ ଯେତେବେଳେ ଫୋନ କଲା ମାତ୍ରେ ପହଞ୍ଚି  ଯାଆନ୍ତି । କରୋନା ସମୟରେ ଯେତେବେଳେ ଲୋକେ ଟିକା ନେବା ପାଇଁ ଡରୁଥିଲେ ସେହି ସମୟରେ ଲୋକଙ୍କୁ ବୁଝାଇବା କରୋନା ସହ ମୁକାବିଲା କରିବା ପାଇଁ ଟିକା ଏକ ଅମୋଘ ଅସ୍ତ୍ର ବୋଲି ବୁଝାଇ ଲୋକଙ୍କୁ ଟିକା ନେବାକୁ ରାଜି କରାଇଥିଲେ । ଫଳ ସ୍‌ରୁପ ଏହି ଅଞ୍ଚଳରେ  ଶତପ୍ରତିଶତ ଲୋକ ଟିକା ନେଇ ସାରିଛନ୍ତି।

asha didi 3

ଅନ୍ଧବିଶ୍ୱାସ, ଜାତିବାଦ ଏବଂ ଅସ୍ପୃଶ୍ଯତା ଭଳି ଅନେକ କ୍ଷେତ୍ରରେ ଲୋକଙ୍କୁ ସଚେତନ କରିପାରିଛନ୍ତି ଆଶା ଦିଦି । ଗ୍ରାମବାସୀଙ୍କୁ କଳା ଯାଦୁ ଉପରେ ର୍ନିଭର ନହେବା ପାଇଁ ଶିକ୍ଷା ଦେବା, ଉପଯୁକ୍ତ ଚିକିତ୍ସା ପ୍ରଣାଳୀ ଆପଣେଇବା ଦିଗରେ ସଚେତନ କରାଇବା  ଏବଂ ଜାତିପ୍ରଥାକୁ ଲୋପ କରାଇବା ଦିଗରେ ଅକ୍ଲାନ୍ତ ପରିଶ୍ରମ କରି ଲୋକଙ୍କୁ ବୁଝାଇବା ସହ କରୋନା କାଳରେ ଲୋକଙ୍କ ଘରଘରକୁ ଯାଇ ସଚେତନ କରିବା ଆମ ସମସ୍ତଙ୍କ ପାଇଁ ଏକ ଉଦାହରଣ ବୋଲି କହିଛନ୍ତି ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ।

ଲୋକଙ୍କ ପାଇଁ ଦିନ ରାତି ଏକ କରି କାମ କରି ଅ।ସୁଥିବା ଏହି ଆଦିବାସୀ ମହିଳାଙ୍କୁ ଶେଷରେ ଜାତୀୟ ସ୍ତରରେ ସୀକୃତି ମିଳିଛି ଯାହା ମାତିଲଦାଙ୍କ ଭଳି ଅନେକଙ୍କୁ ଆଗେଇ  ଅ।ସିବାକୁ ପ୍ରେରଣା ଯୋଗାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.