ଗୁଗଲ ଚାଟରେ ନୂଆ ଅପଡେଟ ଯୋଗୁଁ ୟୁଜର୍ସଙ୍କୁ ଅଡିଓ ଓ ଭିଡିଓ କଲିଙ୍ଗର ଅନୁମତି ମିଳିଛି। ଏହି ଫିଚରର ଫାଇଦା ଜିମେଲର ଆଣ୍ଡ୍ରଏଡ ଏବଂ ଆଇଓଏସ ଭର୍ସନ ଉଭୟ ପାଇଁ ଉପଲବ୍ଧ ରହିଛି। ଅପଡେଟ୍ ପରେ ୟୁଜର୍ସ ନିଜର ଓ୍ଵିଣ୍ଡୋର ପର୍ସନାଲ ଚାଟରେ ଟପ୍ ରାଇଟ କର୍ଣ୍ଣରରେ ଫୋନ ଏବଂ ଭିଡିଓ ଆଇକନ୍ ଦେଖାଯିବ। ଏହାଛଡା ୟୁଜର୍ସ ମିସଡ୍ କଲ୍ ଏବଂ ଅନଗୋଇଙ୍ଗ୍ କଲକୁ ମଧ୍ୟ ଏଥିରେ ଦେଖିପାରିବେ। ସବୁଠୁ ଖାସ୍ କଥା ହେଉଛି ଏହି ନୂଆ ଫିଚର ଆଣ୍ଡ୍ରଏଡ ଏବଂ ios ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିବ। ଏଥିପାଇଁ କଲର ଏବଂ ରିସିଭର ଉଭୟଙ୍କ ପାଖରେ ଜିମେଲର ନୂଆ ଭର୍ସନ ହେବା ଆବଶ୍ୟକ। ତେବେ କେମିତି କଲ୍ କରିବେ ଜାଣନ୍ତୁ।
Gmailରେ କେମିତି କରିବେ ଫୋନ୍ କଲ ?
- ନିଜ ସ୍ମାର୍ଟଫୋନରେ ଜିମେଲ ଆପ୍ ଖୋଲନ୍ତୁ।
- ଚାଟ୍ ଅପସନ୍ ଉପରେ ଟ୍ୟାପ୍ କରନ୍ତୁ, ଯାହା ସବୁଠାରୁ ତଳେ ଦେଖାଯାଉଥିବ।
- ବ୍ୟକ୍ତିଗତ ଚାଟ୍ ଓ୍ଵିଣ୍ଡୋ ଖୋଲିବା ପାଇଁ କୌଣସି କଣ୍ଟାକ୍ଟ ଉପରେ ଟ୍ୟାପ୍ କରନ୍ତୁ।
- କଲ୍ କରିବା ପାଇଁ ଉପରେ ଡାହାଣ କୋଣରେ ଦେଖାଯାଉଥିବା ଫୋନ୍ ଆଇକନ ଉପରେ ଟ୍ୟାପ୍ କରନ୍ତୁ।
Gmail ମୋବାଇଲରୁ କେମିତି କରିବେ ଭିଡିଓ କଲ୍ ?
- ସର୍ବପ୍ରଥମେ ନିଜ ମୋବାଇଲ ଉପରେ ଜିମେଲ ଆପ୍ ଖୋଲନ୍ତୁ।
- ତଳେ ଦିଆଯାଇଥିବା ଅପ୍ସନରେ କଣ୍ଟାକ୍ଟ ଉପରେ ଟ୍ୟାପ୍ କରି କଥାବାର୍ତ୍ତା ଆରମ୍ଭ କରିପାରିବେ।
- ଏକ ଚାଟ୍ ଓ୍ଵିଣ୍ଡୋ ଖୋଲିଯିବ।
- ଭିଡିଓ ଆଇକନ ଉପରେ ଟ୍ୟାପ୍ କରନ୍ତୁ, ଯାହା ଟପ୍ ରାଇଟ୍ କର୍ଣ୍ଣର ଉପରେ ରହିଛି।
Gmailରେ ଭିଡିଓ କଲ୍ କରିପାରିବେ କି?
୧:୧ ଭଏସ୍ ଏବଂ ଭିଡିଓ କଲ୍ ଫିଚରକୁ ଗୁଗଲ ଚାଟରେ ଜିମେଲ ଆପ୍ ଭିତରେ ରୋଲଆଉଟ୍ କରାଯାଇଛି। ଯାହା ଆଇଓଏସ ଏବଂ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ରହିଛି। ୟୁଜର୍ସ ପ୍ରତ୍ୟେକ ଚାଟରେ ଦେଖୁଥିବା ଆଇକନ ଉପରେ ଟ୍ୟାପ୍ କରି ସହଜରେ ଭିଡିଓ ଏବଂ ଭଏସ୍ କଲ୍ କରିପାରିବେ।