Below header

ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା, ସୃଷ୍ଟି ହେବ ୧୫୪ଟି ପଦବୀ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ଏହି ଥାନା ରହିଛି । ଏହି ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । କଟକ, ଭୁବବନେଶ୍ଵର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ଵର, ମୟୁରଭଞ୍ଜଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳରେ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବ ।

ଏଥିପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି । ୧୪ଟି ଇନ୍ସପେକ୍ଟର, ୨୮ ସବ୍ଇନ୍ସପେକ୍ଟର, ୨୮ ଏଏସ୍ଆଇ , ୨୮ କନେଷ୍ଟବଳ (ଯୋଗାଯୋଗ) ଓ ୫୬ କନେଷ୍ଟବଳ ପଦବୀ ରହିଛି । ଏମାନଙ୍କ ବ୍ୟତୀତ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟ, ଆଇଟି ବିଶେଷଜ୍ଞ. ସାଇବର୍ ଫରେନସିକ୍ ଏକ୍ସପର୍ଟ ପରି ୯୦ ଜଣ ବିଶେଷଜ୍ଞଙ୍କୁ ଏହି ଥାନାଗୁଡ଼ିକରେ ନିୟୋଜିତ କରାଯିବ ।

ରାଜ୍ୟ ସାଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବ । ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.