କଟକ (କେନ୍ୟୁଜ): କଟକ CDAରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସର ଜଣେ ଆଇନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଛାତ୍ରୀଙ୍କ ନାଁ ସୁରଭି ପଞ୍ଚପାଲ ଓ ସେ ହରିୟାଣା ବାସିନ୍ଦା। ସୁରଭି ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ତେବେ କିପରି ତାଙ୍କର ମୃତ୍ୟୁ ହେଲା ସେନେଇ କାରଣ ଅସ୍ପଷ୍ଟ ରହିଛି। କିଛି ଦିନ ଧରି ସୁରଭି ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। କ୍ଲାସରେ ମଧ୍ୟ ଅନୁପସ୍ଥିତ ରହୁଥିଲେ।
ଗତକାଲି ରାତି ପ୍ରାୟ ୮ଟା ବେଳେ ସେ କବାଟ ନ ଖୋଲିବାରୁ ତାଙ୍କ ରୁମ୍ର କବାଟ ଭଙ୍ଗା ଯାଇଥିଲା। ଘଟଣାସ୍ଥଳରେ ସିଡିଏ ଫେଜ ଟୁ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ଘଟଣାପରେ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖାଦେଇଛି।