Below header

ଶ୍ରୀଲଙ୍କାରେ ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ; ରାଷ୍ଟ୍ରପତି ଗୋଟାବାୟା ରାଜପକ୍‌ସେଙ୍କ ଇସ୍ତଫା ଦାବି କଲେ ବିରୋଧୀ

ନୂଆଦିଲ୍ଲୀ : ଗୋଟିଏ ପଟେ ପାକିସ୍ତାନ, ଅନ୍ୟପଟେ ଦକ୍ଷିଣରେ ଶ୍ରୀଲଙ୍କାରେ ଅସ୍ଥିରତା। ଅର୍ଥନୈତିକ ସଙ୍କଟରୁ ସେଠାରେ ସୃଷ୍ଟି ହୋଇଛି ରାଜନୈତିକ ଅସ୍ଥିରତା। ଉଭୟ ଆର୍ଥିକ ଓ ରାଜନୈତିକ ସଂକଟରେ ଆସୁନି ସୁଧାର। ବଂର ଆଜି ରାଷ୍ଟ୍ରପତି ଗୋଟାବାୟା ରାଜପକ୍‌ସେଙ୍କୁ ଲାଗିଛି ଝଟ୍‌କା। ନୂଆ ଅର୍ଥମନ୍ତ୍ରୀ ଅଲି ସାବ୍‌ରୀ ଇସ୍ତଫା ଦେଇଛନ୍ତି। ପରିସ୍ଥିତିରେ ସୁଧାର ଆଣିବାକୁ ସବୁ ମନ୍ତ୍ରୀ ଏପ୍ରିଲ ୩ ତାରିଖରେ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍‌ସେ ବିରୋଧୀଙ୍କୁ ସରକାରରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ।

କିନ୍ତୁ ପ୍ରସ୍ତାବକୁ ଗ୍ରହଣ କରି ନଥିଲେ ବିରୋଧୀ। ଏହାପରେ ଗଠନ ହୋଇଥିଲା ନୂଆ ମନ୍ତ୍ରିମଣ୍ଡଳ। ପୂରୁଣା ମନ୍ତ୍ରିମଣ୍ଡଳରେ ଆଇନ ମନ୍ତ୍ରୀ ଥିବା ଅଲି ସବ୍‌ରୀଙ୍କୁ ଅର୍ଥମନ୍ତ୍ରୀ କରାଯାଇଥିଲା। କିନ୍ତୁ ସେ ସ୍ଥିତି ସମ୍ଭାଳିବାକୁ ଅକ୍ଷମତା ପ୍ରକାଶ କରିଛନ୍ତି। ଦାୟିତ୍ୱ ନେବାର ଦିନକ ପରେ ଇସ୍ତଫା ଦେଇ କହିଛନ୍ତି, ଅପ୍ରତ୍ୟାଶିତ ସଂକଟକୁ ସୁଧାରିବାକୁ ସୁସ୍ଥ ଅର୍ଥନୀତି ଆବଶ୍ୟକ। ତେଣୁ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଅର୍ଥମନ୍ତ୍ରୀ କରାଯାଉ।

ସେପଟେ ସରକାରଙ୍କୁ ସମର୍ଥନ କରୁଥିବା ୪୧ ସାଂସଦ ମେଣ୍ଟ ସରକାରରୁ ଓହରି ଯାଇଛନ୍ତି। ଫଳରେ ସରକାର ଏବେ ବହୁମତ ହରାଇଛନ୍ତି। ବିରୋଧୀ ଏବେ ଗାଟାବାୟା ରାଜପକ୍‌ସେଙ୍କ ଇସ୍ତଫା ଦାବି କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.