ଖୁବଶୀଘ୍ର ଖୁସି ଖବର ଦେବେ ପପ୍ ଗାୟିକା ବ୍ରିଟିନି ସ୍ପିଅର, ଇନଷ୍ଟାଗ୍ରାମରେ ସେୟାର କଲେ ପୋଷ୍ଟ
ପପ୍ ଗାୟିକା ବ୍ରିଟିନି ସ୍ପିଅର ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ୪୦ ବର୍ଷୀୟ ବ୍ରିଟିନି ଭାବିପତ୍ନୀ ସାମ୍ ଆସଘରୀଙ୍କ ସହିତ ଇନଷ୍ଟାଗ୍ରାମରେ ଖୁସି ଖବର ସେୟାର କରିଛନ୍ତି। କିଛିଦିନ ପୂର୍ବରୁ ମାୟୁଇ ଟ୍ରିପ୍ ଯାଇଥିଲେ ବ୍ରିଟିନି। ସେଠାରୁ ଆସିବା ପରେ ପ୍ରେଗନେନ୍ସୀ ଟେଷ୍ଟ କରିଥିଲେ, ଯେଉଁଥିରେ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମରେ ଖୁସି ଖବର ଜଣାଇଥିଲେ।
ବ୍ରିଟିନି ସ୍ପିଅରଙ୍କ ପୂର୍ବରୁ ଦୁଇଟି ପୁଅ ପୂର୍ବରୁ ରହିଛନ୍ତି। ପୂର୍ବରୁ କେଭିନ ଫେଡରଲେନଙ୍କୁ ବିବାହ କରିଥିଲେ ବ୍ରିଟିନି। ତାଙ୍କର ୧୬ ଏବଂ ୧୫ ବର୍ଷର ପୁଅ ରହିଛି। ଏହାସହିତ ବ୍ରିଟିନି ପାପାରାଜିଙ୍କ ଠାରୁ ବଞ୍ଚିବା ପାଇଁ ଅଧିକ ବାହାରକୁ ଯିବେ ନାହିଁ ବୋଲି ବ୍ରିଟିନି କହିଛନ୍ତି। ଏହା ସହିତ ବ୍ରିଟିନି କହିଛନ୍ତି, ସେ ଏବେ ବାହାରକୁ ଯିବା ପରିବର୍ତ୍ତେ ପ୍ରତିଦିନ ଯୋଗ ଅଭ୍ୟାସ କରିବେ।
View this post on Instagram
ବ୍ରିଟିନି ପୂର୍ବରୁ ନଭେମ୍ବରରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତୃତୀୟ ପିଲା ପାଇଁ ପ୍ଲାନିଂ କରୁଛନ୍ତି ବୋଲି ଦର୍ଶାଇଥିଲେ। ୨୦୧୬ରେ ସେ ସାମଙ୍କ ସହିତ ସଂପର୍କରେ ଆସିଥିଲେ। ଦୁହେଁ ଗତବର୍ଷ ସେପ୍ଟେମ୍ବରରେ ନିର୍ବନ୍ଧ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ତାରିଖ ବିଷୟରେ କିଛି ବି ଘୋଷଣା କରିନାହାନ୍ତି।
View this post on Instagram