ଭୁବନେଶ୍ବର(କେନ୍ୟୁଜ୍): ଟଙ୍କା ନଦେବାରୁ ଯୁବକଙ୍କ ଫଟୋ ଭାଇରାଲ କଲେ ଯୁବତୀ । ନ୍ୟାୟ ପାଇଁ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଘଟିଛି ଏହି ଘଟଣା । ଅଭିଯୋଗ ମୂତାବକ, ଗତ ୨୬ ଦିନ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ।
ପ୍ରେମ ଜାଲରେ ଫସାଇ ଯୁବତୀ ଜଣକ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଯୁବକ ଜଣକ । ଏହା ପରେ ଅଧିକ ୨ ଲକ୍ଷ ଟଙ୍କା ମାଗିଥିଲେ । ହେଲେ ଟଙ୍କା ନଦେବାରୁ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ଯୁବତୀ ଜଣକ । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଯୁବକ ।