୧୦ ଟଙ୍କିଆ ନୋଟରେ ପ୍ରେମିକ ପାଖକୁ”ମୋତେ ଏଠୁ ଉଠେଇ ନେଇ ଯାଅ” ବାର୍ତ୍ତା ଲେଖିଲେ ପ୍ରେମିକା, ପ୍ରେମୀ ଯୋଡିଙ୍କୁ ଏକାଠି କରିବା ଚେଷ୍ଟାରେ ଲୋକେ….

ପ୍ରେମରେ ଅସଫଳ ଯୋଡ଼ିଙ୍କର ଆଉ କାହା ସହିତ ବିବାହ ହେଲେ ଅନେକ ସମୟରେ ହତାଶ ପ୍ରେମିକ ନିଜ ପ୍ରେମିକାକୁ ବାହାଘରରୁ ହେଉ ଅବା ବାହା ବେଦୀରୁ ଉଠାଇ ନେଉଥିବା ଭଳି ଘଟଣା ମାନ ଆପଣ ଦେଖିଥିବେ ନିଶ୍ଚିତ । ଏମିତି ଘଟଣା ଆଗରୁ ବି ଘଟୁଥିଲା । ଏବେ ବି ଘଟୁଛି । ଆଗକୁ ବି ଘଟୁଥିବ । ହାତରେ ବନ୍ଧୁକ ଧରି ଅବା ଅନ୍ୟ କୌଣସି ଅସ୍ତ୍ର ଶାସ୍ତ୍ର ଧରି ଆସି ଘର ଲୋକଙ୍କୁ ଧମକ ଚମକ ଦେଇ ନିଜ ପ୍ରେମିକାକୁ ଉଠାଇ ନେଉଥିବା ଭଳି ଘଟଣା ଆମେ ଫିଲ୍ମ ମାନଙ୍କରେ ବି ଦେଖିଛୁ । ଆଜି କାଲିର ଡିଜିଟାଲ ଦୁନିଆରେ ପ୍ରେମିକାମାନେ ଫୋନ କିମ୍ବା ମେସେଜରେ ନିଜ ପ୍ରେମିକ ମାନଙ୍କୁ ସନ୍ଦେଶ ଦେଉଛନ୍ତି । ଯେବେକି ଆଗରୁ ଏହି କାମ ଚିଠି ଦ୍ୱାରା ହିଁ ସମ୍ଭବ ହେଉଥିଲା । କିନ୍ତୁ ଏକ ୧୦ ଟଙ୍କିଆ ନୋଟରେ ନିଜ ପ୍ରେମିକ ପାଖକୁ ସନ୍ଦେଶ ଲେଖି ପଠେଇବା କି, ” ମୋର ଏହି ଦିନ ବାହାଘର । ଆସ ମୋତେ ଆସି ଏଠାରୁ ଭଗେଇକି ନେଇଯାଅ । ମୁଁ ତୁମକୁ ଖୁବ ଭଲପାଏ ।” ଏମିତି ଘଟଣା ହୁଏତ ପ୍ରଥମ ହୋଇଥିବ । ଏମିତି ଏକ ଅଦ୍ଭୁତ ଚିନ୍ତାଧାରା ହୁଏତ କାହା ମୁଣ୍ଡରେ ପଶି ନଥିବ । କିନ୍ତୁ ଏମିତି ଏକ ସତ ଘଟଣା ଏବେ ସାମ୍ନାକୁ ଆସିଛି ।

ଏକ ୧୦ ଟଙ୍କିଆ ନୋଟରେ କେହି ଜଣେ ଲେଖିଛନ୍ତି, “ବିଶାଳ, ଆସନ୍ତା ୨୬ ତାରିଖରେ ମୋ ବିବାହ ହେବାକୁ ଯାଉଛି…… ମୋତେ ଏଠାରୁ କେଉଁଠିକି ନେଇଯାଅ । I LOVE YOU ।” କୁସୁମଙ୍କର ଏହି ସନ୍ଦେଶକୁ ତାଙ୍କ ପ୍ରେମିକ ବିଶାଳଙ୍କ ନିକଟରେ ପହଞ୍ଚାଇବା ପାଇଁ ଲୋକେ ପୁରା ଦମରେ ଲାଗି ପଡିଛନ୍ତି । ଆଉ ପଣ କରିଛନ୍ତି ଯେମିତି ବି ହେଉ ଆମେ ଦୁହିଁଙ୍କୁ ମିଶେଇବୁ ।
ଯାହା ବି ହେଉ ଏହି ପ୍ରେମୀ ଯୋଡି ମିଶିଯାଆନ୍ତୁ । ତାଙ୍କ ପ୍ରେମର ଜୟ ହେଉ । ଗୋଟେ ପ୍ରେମିକ ଠାରୁ ତା ପ୍ରେମିକାକୁ ଦୂର କରିବା କୌଣସି ବଡ ପାପ ଠାରୁ କମ ନୁହେଁ । କହିରଖିବା ଉଚିତ ହେବକି, ଏହି ୧୦ ଟଙ୍କିଆ ନୋଟର ଫଟୋ ଜଣେ ୟୁଜର ସୋସିଆଲ ମିଡିଆରେ ସେୟାର କରିଥିଲେ । ଆଉ ଏହାର କ୍ୟାପ୍ସନରେ ଲେଖିଥିଲେକି-” ଟ୍ୱିଟର ଏବେ ନିଜ ବଳ ଦେଖାଅ । ଏପ୍ରିଲ ୨୬  ପୂର୍ବରୁ କୁସୁମଙ୍କ ଏହି ବାର୍ତ୍ତା ବିଶାଳଙ୍କ ନିକଟରେ ଯେମିତି ହେଲେ ପହଞ୍ଚାଇ ଦିଅ ।” ଟ୍ୱିଟରରେ ଏହି ଫଟୋଟି ଭାଇରାଲ ହେବା ପରେ ବିଭିନ୍ନ ମହଲରୁ କମେଣ୍ଟ ମାନ ଆସିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.