ଆଜି ଠାରୁ ୩ ଦିନ ପ୍ରଚଣ୍ଡ ଖରା ଚେତାବନୀ, ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ବଢ଼ିବା ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ): ଆହୁରି ସପ୍ତାହେ ଛଟପଟ। ଆଜି ଠାରୁ ୩ ଦିନ ପ୍ରଚଣ୍ଡ ଖରା ଚେତାବନୀ। ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଭ୍ୟନ୍ତରୀଣରେ ଆହୁରି ବଢିବ ତାତି। ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ବଢ଼ିବା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି। ସୋନପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟର ଉତ୍ତପ୍ତ ସହର ଭାବେ ସୋନପୁରରେ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର। ରାଜଧାନୀରେ ତାମପାତ୍ରା ୪୩.୩ ଡିଗ୍ରୀରେ ପହଞ୍ଚିଛି। ୨୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୨ ଡିଗ୍ରୀ ଉପରେ ରହିଛ ୮ ସହରର ତାପମାତ୍ରା। ବର୍ତ୍ତମାନ ତାତିରୁ ଟିକିଏ ବି ନିସ୍ତାର ନାହିଁ। ଉପକୂଳ ଯେମିତି ସିଝୁଛି, ସିଝିବ। ଆଭ୍ୟନ୍ତରୀଣ ଓଡ଼ିଶାବାସୀ ଆହୁରି ଅଦିକ ଜଳିବେ। ମେ ପହିଲା ଯୋଁ ଗ୍ରୀଷ୍ମର ଏଭଳି ଭୟାନକ ପ୍ରକୋପ ଜାରି ରହିବ।

Leave A Reply

Your email address will not be published.