ଟାଙ୍ଗି(କେନ୍ୟୁଜ୍): ଗ୍ରାମ୍ୟ ଜଳ ଯୋଗାଣରେ ବ୍ୟବହୃତ ପାଣି ପାଇପ୍ ଲୁଟ୍ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଚୋର ସହ ପାଣିପାଇପ ଉଦ୍ଧାର କଲା ଟାଙ୍ଗି ପୋଲିସ। ଲୁଟ୍ ପାଣି ପାଇପ୍ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନେକ ସାମଗ୍ରୀ ଜବତ କରିବା ସହ ଡକାୟତ ଦଳକୁ ଗିରଫ କରିଛି ଟାଙ୍ଗି ପୋଲିସ। ଡକାୟତ ଦଳର ମାଷ୍ଟର ମାଇଣ୍ଡ ଜଣେ MBA ଡିଗ୍ରୀ ଧାରୀ ବୋଲି ଜଣା ପଡିଛି । ତାର ନାମ ସତ୍ୟକାମ ଚିଦାନନ୍ଦ ମହାନ୍ତି । ଘର କଟକ ଜଗତପୁର ବୋଲି ଜଣା ପଡିଛି । MBA ଡିଗ୍ରୀ ଧାରୀ ଜଣକ କୋଲକାତାର ରଶ୍ମି ମେଟାଲିକ ଲିମିଟେଡ଼ର ଓଡ଼ିଶା ଶାଖା ମୁଖ୍ୟ ଭାବରେ କାର୍ଯ୍ୟରତ ଥିବାର ତଦନ୍ତ ବେଳେ ଜଣା ପଡିଛି ।
ଏହା ସହ ପୁରୀ ଜିଲ୍ଲାର ନିମାପଡା ବାମଦେଇ ପୁର ଗ୍ରାମରୁ ୪୦ ଚୋରା ପାଣି ପାଇପ୍ ଜବତ କରିଛି ଟାଙ୍ଗି ପୋଲିସ । ଏହା ସହ ଗୋଟିଏ ମାରୁତି ଡିଜାୟାର କାର୍, ୨ ଟି ରବର ଷ୍ଟାମ୍ପ, ୧୦ଟି ବନ୍ଦ ଲଫାପା, ଗୋଟିଏ ଟ୍ରାନସପୋର୍ଟ ସଂସ୍ଥାର କାଗଜ ପତ୍ର, ୫ ଟା ମୋବାଇଲ ଫୋନ୍, ଗୋଟିଏ ଲାପଟପ୍ ଓ ଗୋଟିଏ ପେନ୍ ଡ୍ରାଇଭ୍ ଜବତ କରିଛି ଟାଙ୍ଗୀ ପୋଲିସ୍ । ଗିରଫ ଡକାୟତଙ୍କ ମାଷ୍ଟର ମାଇଣ୍ଡ ସତ୍ୟକାମ ଚିଦାନନ୍ଦ ମହାନ୍ତି, ଘର ଜଗତ୍ ପୁର କଟକରେ ହୋଇଥିବା ବେଳେ ଶୁସାନ୍ତ କୁମାର ମହାରଣା ଘର ପୁରୀ ଜିଲ୍ଲାର କଣ୍ଠପୁର ହୋଇଥିବା ସୂଚନା ମିଳିଛି। ବିରେନ୍ କୁମାର ମହାନ୍ତି, ଘର ହାସିନ୍ ପୁର ଜିଲ୍ଲା ପୁରୀ, ଶ୍ରୀନିବାସ ମହାରଣା , ସୁର୍ଯ୍ୟକାନ୍ତ ମହାରଣା ଉଭୟଙ୍କ ଘର ପୁରୀ ଜିଲ୍ଲାର କଣାସ ବ୍ଲକ ଜଳିଆ ପଡା ବୋଲି ସୂଚନା ମିଳିଛି। ଟାଙ୍ଗୀ ଥାନା କେଶ୍ ନଂ ୨୦୭ /୨୨ ମାମଲା ରୁଜୁ କରାଯାଇଛି ।
ଗତ ୨ ଦିନ ତଳେ ଟାଙ୍ଗୀ କଲେଜ୍ ପଡିଆରୁ ଓ ଦୀକ୍ଷିତପଡା ଗ୍ରାମରୁ ପାଣି ପାଇପ୍ ଲୁଟ୍ ହୋଇଥିଲା । ଗ୍ରାମ୍ୟ ଜଳ ଯୋଗାଣ ପାଇଁ ମୋଟା ଲୁହାର ପାଇପ୍ ବ୍ୟବହାର କରାଯାଉଛି । ଯାହାକୁ ଚୋରି କରିନେଇଥିଲେ ଏହି ଲୁଟେରା ମାନେ । ଆଜିକୁ ମିଶାଇ ମୋଟ ୧୩ଜଣ ଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ଟାଙ୍ଗୀ ଥାନାରେ ବାଲୁଗାଁ SDPO ମାନସ ବାରିକ ପ୍ରେସ୍ ମିଟ୍ କରି ଡକାୟତି ଘଟଣାର ଖୁଲାସା କରିଛନ୍ତି।