Below header

ମରିଯାଇଛି ଭାବି ପରିବାର କରିଥାନ୍ତେ ଶୁଦ୍ଧିକ୍ରିୟା, କିନ୍ତୁ ଦିନେ ଏପରି ଭାବେ ମିଳିଲା ପୁଅ

ବୌଦ୍ଧ (କେନ୍ୟୁଜ) : ଘରକୁ ଫେରିଲା ହଜିଲା ପୁଅ। ୧୦ ବର୍ଷ ପରେ ଜୀବିତ ହୋଇ ଫେରିଲା ପୁଅ। ୧୦ ବର୍ଷ ହେଲା ନିଖୋଜ ରହିଥିବା ପୁଅ ମରିଯାଇଥିବ ଭାବି ଶୁଦ୍ଧିକ୍ରିୟା କରିବାକୁ ବନ୍ଧୁପରିଜନ ପରାମର୍ଶ ଦେଉଥିବା ବେଳେ ହଠାତ୍ ପୁଅ ଜିବିତ ରହିଥିବା ନେଇ ଖବର ପାଇଥିଲେ । ପୁଅ ଜିବିତ ରହିଥିବା ଖବର ପାଇ ଖୁସିରେ ଆତ୍ମହରା ହୋଇ ପଡିଥିଲେ ପରିବାରର ଲୋକେ । ବୌଦ୍ଧର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ।

ବିହାରରୁ ୧୦ ବର୍ଷ ତଳେ ସାମାନ୍ୟ ମାନସିକ ବିକୃତି ସାଙ୍ଗକୁ ନିଶା ସେବନର କୁଅଭ୍ୟାସ ଫଳରେ ମିଟୁ ପାଣ୍ଡେ ନାମକ ଯୁବକ ଘର ଛାଡି କୁଆଡେ ପଳାଇଥିଲେ । ଘର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଖବର ପାଇପାରିନଥିଲେ । ଅନ୍ୟପଟେ ବୌଦ୍ଧରେ ମାନସିକ ବିକୃତି ଥିବା ଜଣେ ଯୁବକ ନିଶା ସେବନ କରି ଦିନ ସାରା ବଜାରରେ ଚୁପଚାପ ହୋଇ ବୁଲୁଥିଲେ। ତେବେ ମିଟୁଙ୍କୁ ଠାବ କରିଥିଲେ ଉତ୍ସର୍ଗର ଆବାହକ ସଂପଦ କୁମାର ଅଗ୍ରୱାଲା ଏବଂ ସଦସ୍ୟ ଲୋକନାଥ ଗୁପ୍ତା । ବହୁଦିନ ଧରି ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା ଯୁବକ ସହିତ କଥାବାର୍ତା ହୋଇ ପରିବାର ସଂପର୍କରେ ସୂଚନା ହାସଲ କରିଥିଲେ ।

puaସ୍ୱଳ୍ପ ସୂଚନାକୁ ଆଧାର କରି ଅନେକ ଖୋଜାଖୋଜି କରିବା ପରେ ମିଟୁର ଘର ବିହାରର ଲକ୍ଷିସରାୟ ଜିଲା ଅନ୍ତର୍ଗତ ମସହୋରା ଗ୍ରାମ ସଂପର୍କରେ ଜଣାପଡିଥିଲା । ପରେ ସେଠାକାର ସରପଂଚଙ୍କ ସହ ଯୋଗାଯୋଗ କରି ମିଟୁର ପରିବାରଙ୍କୁ ମିଟୁ ସଂପର୍କରେ ସୂଚନା ଦିଆଯାଇଥିଲା । ପ୍ରଥମରୁ ଅବିସ୍ୱାସ କରୁଥିବା ପରିବାର ଲୋକଙ୍କୁ ମିଟୁର ଫଟୋ ଦେଖିବା ସହିତ ଅନେକ ଆଲୋଚନା କରିବା ପରେ ପୁଅକୁ ଚିହ୍ନିପାରିଲେ। ପରେ ମିଟୁର ବାପା , ଭେଣେଇ, ଭାଇ ବୌଦ୍ଧ ଆସି ପହଁଚିଥିଲେ । ମିଟୁ ସହିତ ଭେଟ ହେବା ସହିତ ମିଟୁର ଅବସ୍ଥା ଦେଖି ତାର ବାପାର ଆଖିରୁ ମଧ୍ୟ ଲୋହ ଝରିପଡିଥିଲା । ଉତ୍ସର୍ଗର ସଦସ୍ୟମାନଙ୍କ ସହାୟତାରେ ମିଟୁର ଚୁଟି ଓ ଦାଢ଼ି କଟାଯିବା ସହ ଗାଧୋଇ ନୂଆ ଡ୍ରେସ ପିନ୍ଧାଯାଇଥିଲା । ଏସବୁ ହେବାପରେ ତାକୁ ଘରକୁ କିପରି ସୁରକ୍ଷିତ ଭାବେ ଫେରାଇ ନିଆଯିବ ସେନେଇ ସମସ୍ୟା ଦେଖାଦେଇଥିଲା ।

କାହିଁକିନା ମିଟୁର ବାପାଙ୍କ ଆର୍ଥିକ ସ୍ୱଚ୍ଛଳ ଭଲ ନଥିବାରୁ ଗାଡି କରି ବିହାରକୁ ନେବା ସମ୍ଭବ ହୋଇପାରୁନଥିଲା । ଏହି ସମୟରେ ଜିଲ୍‌ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଥିଲା । ଜିଲ୍‌ଲାପାଳ ସତ୍ୟରଂଜନ ସାହୁ ସମସ୍ତ ବିଷୟରେ ଅବଗତ ହେବାପରେ ପ୍ରଶାସନ ପକ୍ଷରୁ ରେଡକ୍ରସ ମାଧ୍ୟମରେ ଏକ ଗାଡି ଯୋଗାଇ ଦେଇଥିଲେ । ଜିଲ୍‌ଲାପାଳ ସତ୍ୟରଂଜନ ସାହୁ ମିଟୁ ଓ ତାର ପରିବାର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସହିତ ୧୦ ବର୍ଷ ପରେ ହେଲେବି ପରିବାର ଲୋକେ ହଜିଯାଇଥିବା ପୁଅକୁ ଫେରିପାଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଉତ୍ସର୍ଗର ସଦସ୍ୟ ସହଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.