Below header

୨ ଦିନ ଯାଏ ଶୂନ୍ୟରେ ରହିଲେ ଅଟକି, ଉଡି ଉଡି ୩୦୦ କିଲୋମିଟର ଦୂରରେ ଯାଇ ପଡିଲେ ଯୁବକ

ନୂଆଦିଲ୍ଳୀ : ଜଣେ ବ୍ୟକ୍ତି ହାଇଡ୍ରୋଜେନ ଗ୍ୟାସ ଭର୍ତ୍ତି ବେଲୁନ ନେଇ ଫସିଯାଇଛନ୍ତି । ଫଳରେ ପ୍ରାୟ ୨ ଦିନ ଧରି ଶୂନ୍ୟରେ ଲଟକି ରହିବା ପରେ ତାଙ୍କୁ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣକ ହାଇଡ୍ରୋଜେନ ବେଲୁନ ସାହଯ୍ୟରେ ଉଡି ଉଡି ପ୍ରାୟ ୩୦୦ କିଲୋମିଟର ଉଡିଯାଇଥିଲେ । ବହୁ କଷ୍ଟରେ ପ୍ରାୟ ୪୮ ଘଣ୍ଟା ପରେ ତାଙ୍କର ଖୋଜ ମିଳିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ତେବେ ବ୍ୟକ୍ତି ଜଣକ କ’ଣ ପାଇଁ ହାଇଡ୍ରୋଜେନ ବେଲୁନରେ ସାହାଯ୍ୟରେ ଉଡିଥିଲେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବ୍ୟକ୍ତି ଜଣକ ହେଲେ ୟଙ୍ଗଶୁ । ସେ ଚୀନ ହିଲୋଙ୍ଗଜିଆଙ୍ଗ ଅଞ୍ଚଳରେ ରୁହନ୍ତି । ଏହି ବ୍ୟକ୍ତି ଜଣକ ସାଙ୍ଗଙ୍କ ସହ ଦେବଦାରୁ ଗଛର ମଞ୍ଜି ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଗଛର ଉଚ୍ଚତା ବହୁତ ଅଧିକ ହେବା କାରଣରୁ ସେମାନେ ହାଇଡ୍ରୋଜେନ ବେଲୁନର ସହାୟତା ନେଇଥିଲେ । ହେଲେ ବେଲୁନ ଉପରୁ ତାଙ୍କର ନିୟନ୍ତ୍ରଣ ଚାଲିଯାଇଥିଲା ।

ballon
photo credit : aajtak.in

ବେଲୁନ ଟି ଉପରକୁ ଯିବା ଆରମ୍ଭ କରିଥିବା ବେଳେ ପରିସ୍ଥିତିକୁ ଲକ୍ଷ୍ୟ କରି ୟଙ୍ଗଶୁଙ୍କ ସାଙ୍ଗ ତଳକୁ ଡେଇଁ ପଡିଥିଲେ । ହେଲେ ୟଙ୍ଗଶୁ ବେଲୁନରେ ଥାଇ ଉଡିବାକୁ ଲାଗିଲେ । ଫଳରେ ସେ ଉଡି ଉଡି ପ୍ରାୟ ୩୦୦ କିଲୋମିଟର ଯାଏ ଚାଲିଯାଇଥିଲେ । ଦୀର୍ଘ ୪୮ ଘଣ୍ଟା ଶୂନ୍ୟରେ ସେମାନେ ଲଟକି ରହି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ବହୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର ମୋବାଇଲ ନେଟଓ୍ଵର୍କ ବାହାରେ ଥିବାରୁ ତାଙ୍କ ସହ ଯୋଗାଯୋଗ କରାଯାଇ ପାରିନଥିଲା ।

ଦୀର୍ଘ ସମୟ ପରେ ପୋଲିସ ୟଙ୍ଗଶୁ ସହ ଯୋଗାଯୋଗ କରିପାରିଥିଲା । ଫଳରେ ପୋଲିସ ୟଙ୍ଗଶୁଙ୍କୁ କିପରି ଗ୍ୟାସ୍‌ ବେଲୁନକୁ ତଳକୁ ଆଣିବା ପାଇଁ ହେବ ଶିଖାଇ ଥିଲେ । ଫଳରେ ୟଙ୍ଗଶୁ ଗତ ୬ ତାରିଖରେ ସୁରକ୍ଷିତ ଜଙ୍ଗଲ ଭିତରେ ଓହ୍ଲାଇବାକୁ ସମର୍ଥ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.