ଚନ୍ଦ୍ରପୃଷ୍ଠରେ ପହଞ୍ଚି ଯାଇଛି ଭାରତ, ଜହ୍ନ ମାମୁଁର ନୂଆ ଫଟୋ ପଠାଇଲା ଲ୍ୟାଣ୍ଡର
ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ବାର୍ତ୍ତା ଦେଲା ଚନ୍ଦ୍ରଯାନ -୩ । ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଇଥିବା ଭାରତକୁ ବାର୍ତ୍ତା ଦେଇଛି। ଲେଖିଛି ମୁଁ ମୋ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲି, ଆଉ ତମେ ବି । ଏଥିସହ ନୂଆ ଫଟୋ ପଠାଇଛି ଚନ୍ଦ୍ରଯାନ। ଲ୍ୟାଣ୍ଡିଂ ସ୍ଥାନର ଫଟୋ ପଠାଇଛି। ଏହି ଫଟୋର ଲ୍ୟାଣ୍ଡରର ଗୋଟିଏ ଗୋଡ଼ ଦେଖାଯାଉଛି। ଚନ୍ଦ୍ରପୃଷ୍ଠରେ ତାର ଛାଇ ବି ପଡ଼ିଛି। ଲ୍ୟାଣ୍ଡର ଇମେଜର କ୍ୟାମେରାରେ ଏହି ଫଟୋ ଉଠିଛି।
ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ବାର୍ତ୍ତା ଦେଲା ଚନ୍ଦ୍ରଯାନ -୩ । ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଇଥିବା ଭାରତକୁ ବାର୍ତ୍ତା ଦେଇଛି। ଲେଖିଛି ମୁଁ ମୋ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲି, ଆଉ ତମେ ବି । ଏଥିସହ ନୂଆ ଫଟୋ ପଠାଇଛି ଚନ୍ଦ୍ରଯାନ। ଲ୍ୟାଣ୍ଡିଂ ସ୍ଥାନର ଫଟୋ ପଠାଇଛି। ଏହି ଫଟୋର ଲ୍ୟାଣ୍ଡରର ଗୋଟିଏ ଗୋଡ଼ ଦେଖାଯାଉଛି। ଚନ୍ଦ୍ରପୃଷ୍ଠରେ ତାର ଛାଇ ବି ପଡ଼ିଛି। ଲ୍ୟାଣ୍ଡର ଇମେଜର କ୍ୟାମେରାରେ ଏହି ଫଟୋ ଉଠିଛି। ଏକ ସମତଳ ସ୍ଥାନ ଦେଖି ଅବତରଣ କରିଛି ଲ୍ୟାଣ୍ଡର। କିଛି ସମୟ ପୂର୍ବରୁ ଅବତରଣ ସମୟର ଫଟୋ ପଠାଇଥିଲା ଚନ୍ଦ୍ରଯାନ। ଲ୍ୟାଣ୍ଡର ହୋରାଇଜୋଣ୍ଟାଲ ଭେଲୋସିଟି କ୍ୟାମେରାରୁ ଏହି ଫଟୋ ନିଆଯାଇଥିଲା। ଚନ୍ଦ୍ରଯାନ -୩ ଲ୍ୟାଣ୍ଡର ଏବଂ MOX-ISTRAC ବେଙ୍ଗାଳୁରୁ ସହ ଯୋଗାଯୋଗ ସ୍ଥାପନ ହୋଇଛି। ଟ୍ବିଟ୍ କରି ଏହି ସୂଚନା ଦେଇଛି ଇସ୍ରୋ।
ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୪ ମିନିଟରେ ଜହ୍ନରେ ପାଦ ଥାପିଥିଲା ଲ୍ୟାଣ୍ଡର ବିକ୍ରମ । ଏହି ଐତିହାସିକ ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ସନ୍ଧ୍ୟା ୫ଟା ୨୦ରୁ ଆରମ୍ଭ ହୋଇଥିଲା ଏବଂ ଚନ୍ଦ୍ରରେ ଅବତରଣ ସହିତ ଏହାର ପ୍ରରିସମାପ୍ତି ହୋଇଥିଲା। ଅବତରଣର ପ୍ରତ୍ୟେକଟି ସଫଳ ପର୍ଯ୍ୟାୟ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭରିଦେଉଥିଲା ଏବଂ ଚନ୍ଦ୍ରଯାନ ଚନ୍ଦ୍ରରେ ପାଦ ଥାପିବା ପରେ କମାଣ୍ଡ୍ ସେଣ୍ଟରରେ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଦକ୍ଷିଣ ମେରୁରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ବିଶ୍ବରେ ପ୍ରଥମ ଦେଶ ହୋଇଛି ଭାରତ । ମହାକାଶ ଗବେଷଣାରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିଛି ଇସ୍ରୋ । ଏହାପରେ ବିକ୍ରମ ଲ୍ୟାଣ୍ଡରରୁ ବାହାରିବ ରୋଭର୍ । ଚନ୍ଦ୍ରପୃଷ୍ଠରେ ମାଟି ଓ ପ୍ଲାଜମା ପରିବେଶ ଅନୁଧ୍ୟାନ କରିବ ।
ଚନ୍ଦ୍ରର ସାଉଥ୍ ପୋଲରେ ପହଞ୍ଚିବାରେ ଭାରତ ହେଉଛି ପ୍ରଥମ ଦେଶ । ଯାହା ଆମେରିକା, ରୁଷିଆ ଓ ଚୀନ କରିପାରିନଥିଲା, ତାହା କରି ଦେଖାଇଛି ଭାରତ । ଚନ୍ଦ୍ରରେ ଚନ୍ଦ୍ରଯାନର ସୂକ୍ଷ୍ମ ଅବତରଣ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଥିଲା। ତେବେ ଚନ୍ଦ୍ରଯାନର ସଫଳ ଅବତରଣ ପରେ ଇସ୍ରୋର କମାଣ୍ଡ୍ ସେଣ୍ଟର ତାଳିମାଡ଼ରେ କମ୍ପି ଉଠିଥିଲା। ସମଗ୍ର ଦେଶରେ ଖୁସିର ଲହରି ଖେଳିଯାଇଥିଲା।