Below header

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ବିବାଦ: ଗୃହ ସଚିବ ଓ ଡିଜିପିଙ୍କୁ ରିପୋର୍ଟ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

ଅନୁଗୁଳରେ ମହିଳା ହୋମଗାର୍ଡଙ୍କୁ DIGଙ୍କ ପତ୍ନୀ ନିର୍ଯାତନା ଅଭିଯୋଗ ଘଟଣା । ମାମଲାର ଶୁଣାଣି କରି ଗୃହ ସଚିବ ଓ ଡିଜିପିଙ୍କୁ ନୋଟିସ୍ । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ଘଟଣାର ତଦନ୍ତ କରି ଆକ୍ସନ ଟେକେନ ରିପୋର୍ଟ ନିର୍ଦ୍ଦେଶ ଦିଆଯାଇଛି।

ଅନୁଗୁଳ (କେନ୍ୟୁଜ): ଅନୁଗୁଳରେ ମହିଳା ହୋମଗାର୍ଡଙ୍କୁ DIGଙ୍କ ପତ୍ନୀ ନିର୍ଯାତନା ଅଭିଯୋଗ ଘଟଣା । ମାମଲାର ଶୁଣାଣି କରି ଗୃହ ସଚିବ ଓ ଡିଜିପିଙ୍କୁ ନୋଟିସ୍ । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ଘଟଣାର ତଦନ୍ତ କରି ଆକ୍ସନ ଟେକେନ ରିପୋର୍ଟ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜ୍ୟରେ ବିଭିନ୍ନ ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରେ ଶହ ଶହ ହୋମଗାର୍ଡ କାମ କରୁଛନ୍ତି । ଅନୁଗୁଳ ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନିର୍ଯାତନା ସହିନପାରି ହୋମଗାର୍ଡ ସେରେନ୍ଦ୍ରୀ ଟ୍ରେକ ଲାଇନରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାରେ ସେ ତାଙ୍କର ଦୁଇଟି ଗୋଡ ହରାଇଛନ୍ତି ।

ଅନ୍ୟପଟେ ଡିଆଇଜି ବ୍ରିଜେଶ ରାୟଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେ ଉତ୍ତର-କେନ୍ଦ୍ରାଞ୍ଚଳ DIG ଭାବେ କାର୍ଯ୍ୟରତ ଥିଲେ ବ୍ରିଜେଶ ରାୟ। ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ। ଅଭିଯୋଗ ପରେ ତାଙ୍କର ବଦଳି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.