Below header

କାହିଁକି ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିବା ମନା କରାଯାଇଥାଏ? ଆଜି ଜାଣନ୍ତୁ

ଭାରତୀୟ ସଂସ୍କୃତିରେ ରାକ୍ଷୀ ବାନ୍ଧିବା ପରମ୍ପରା ପ୍ରାଚୀନ କାଳରୁ ରହିଆସିଛି। ସେହିପରି ରାକ୍ଷୀ ପୂର୍ଣ୍ଣିମା କୁ ଗହ୍ମା ପୂର୍ଣ୍ଣିମା ବୋଲି କୁହାଯାଏ । ଏହିଦିନ ପ୍ରଭୁ ବଳରାମଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ। ତେବେ ଜ୍ୟୋତିଷ ମତରେ ଚଳିତ ବର୍ଷ ଭଦ୍ରାକାଳ ପଡୁଥିବାରୁ ଅନେକ ରାକ୍ଷୀ ବାନ୍ଧିବା ସମୟକୁ ନେଇ ଦ୍ଵନ୍ଦ ରେ ଥିଲେ । ଅନେକ ହୁଏତ ଏହି ନିୟମକୁ ନମାନି ରଖି ବାନ୍ଧି ଦେଇଥିବେ। ତେବେ ଭଦ୍ରା କାଳ ରେ କାହିଁକି ଏପରି କରିବାକୁ ମନା କରାଯାଇଛି ଆପଣ ଜାଣିଛନ୍ତି କି ? ଭଦ୍ରା କିଏ? ଭଦ୍ରାକାଳ କ'ଣ? କାହିଁକି ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିବା ନିଷେଧ? ଆଜି ଜାଣନ୍ତୁ ..

ଭାରତୀୟ ସଂସ୍କୃତିରେ ରାକ୍ଷୀ ବାନ୍ଧିବା ପରମ୍ପରା ପ୍ରାଚୀନ କାଳରୁ ରହିଆସିଛି। ସେହିପରି ରାକ୍ଷୀ ପୂର୍ଣ୍ଣିମା କୁ ଗହ୍ମା ପୂର୍ଣ୍ଣିମା ବୋଲି କୁହାଯାଏ । ଏହିଦିନ ପ୍ରଭୁ ବଳରାମଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ। ତେବେ ଜ୍ୟୋତିଷ ମତରେ ଚଳିତ ବର୍ଷ ଭଦ୍ରାକାଳ ପଡୁଥିବାରୁ ଅନେକ ରାକ୍ଷୀ ବାନ୍ଧିବା ସମୟକୁ ନେଇ ଦ୍ଵନ୍ଦ ରେ ଥିଲେ । ଅନେକ ହୁଏତ ଏହି ନିୟମକୁ ନମାନି ରଖି ବାନ୍ଧି ଦେଇଥିବେ। ତେବେ ଭଦ୍ରା କାଳ ରେ କାହିଁକି ଏପରି କରିବାକୁ ମନା କରାଯାଇଛି ଆପଣ ଜାଣିଛନ୍ତି କି ? ଭଦ୍ରା କିଏ? ଭଦ୍ରାକାଳ କ’ଣ? କାହିଁକି ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିବା ନିଷେଧ? ଆଜି ଜାଣନ୍ତୁ ..

ବିଶ୍ୱାସ କରାଯାଏ ଯେ, ଲଙ୍କା ଅଧିପତି ରାବଣଙ୍କୁ ତାଙ୍କ ଭଉଣୀ ସୂର୍ପଣଖା ଭଦ୍ରାକାଳରେ ରାକ୍ଷୀ ବାନ୍ଧିଥିଲେ। ଯାହା ପରେ ରାବଣର ସର୍ବନାଶ ହୋଇଥିଲା। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ପର୍ବ, ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ। ଏହି କଥାର ଧ୍ୟାନ ରଖିବା ମଧ୍ୟ ବହୁତ ଜରୁରୀ, କାରଣ ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ। ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି। ତାହେଲେ କ’ଣ ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ।

ପୁରାଣ ଅନୁଯାୟୀ ଭଦ୍ରା ଶନିଦେବଙ୍କ ଭଉଣୀ ଏବଂ ଭଗବାନ ସୂର୍ଯ୍ୟଙ୍କ ଝିଅ। ତାଙ୍କ ପ୍ରକୃତି ମଧ୍ୟ ତାଙ୍କ ଭାଇ ଶନିଙ୍କ ପରି କଠୋର ବୋଲି ବିବେଚନା କରାଯାଏ। ଭଦ୍ରାଙ୍କ ପ୍ରକୃତି ବୁଝିବା ପାଇଁ ବ୍ରହ୍ମା ଦେବ ତାଙ୍କୁ ସମୟ ଗଣନାରେ ଏକ ବିଶେଷ ସ୍ଥାନ ଦେଇଛନ୍ତି। ହିନ୍ଦୁ କ୍ୟାଲେଣ୍ଡର ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି। ତାହା ହେଉଛି ତିଥି, ବାର, ଯୋଗ, ନକ୍ଷତ୍ର ଏବଂ କରଣ। ଏଥିରେ ୧୧ କରଣ ରହିଥାଏ। ସେଥିମଧ୍ୟରୁ ସପ୍ତମ କରଣ ବିଷ୍ଣୁଙ୍କ ନାମ ଭଦ୍ରା। କାହିଁକି ଭଦ୍ରାକାଳରେ ରାକ୍ଷୀ ବନ୍ଧା ଯାଏ ନାହିଁ? ଭଦ୍ରାକାଳରେ କାହିଁକି ଯାତ୍ରା, ଶୁଭ କାମ ନିଷିଦ୍ଧ ହୋଇଥାଏ? ରକ୍ଷା ବନ୍ଧନକୁ ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ। ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ।

ଶାସ୍ତ୍ର ଅନୁସାରେ ଭଦ୍ରାକାଳ ଓ ରାହୁ କାଳରେ ରାକ୍ଷୀ ବାନ୍ଧିବା ଶୁଭ ନୁହେଁ। ମାନ୍ୟତା ରହିଛି ଯେ ଭଦ୍ରାକାଳରେ କୌଣସି ଶୁଭ କାର୍ଯ୍ୟ ସଫଳ ହୁଏ ନାହିଁ। ଭଦ୍ରା କାଳରେ ରାକ୍ଷୀ ନ ବାନ୍ଧିବାକୁ ନେଇ ଏକ କିମ୍ବଦନ୍ତୀ ପ୍ରଚଳିତ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ। ଏହି କଥାର ଧ୍ୟାନ ରଖିବା ମଧ୍ୟ ବହୁତ ଜରୁରୀ। କାରଣ ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ। ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତାହେଲେ ସେହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.