Google ଭାରତରେ ଲଞ୍ଚ୍‌ କଲା ନିଜର AI- Powered Search ଇଞ୍ଜିନ୍‌, ଜାପାନରେ ମଧ୍ୟ ଉପଲବ୍ଧ; ଜାଣନ୍ତୁ କେମିତି କରିବ କାମ

ଗୁଗଲ୍‌ ନିଜ ବାର୍ଷିକ ଇଭେଣ୍ଟ୍‌ Google I/Oରେ AI-ପାଓ୍ଵାର୍ଡ ଗୁଗଲ୍‌ ସର୍ଚ୍ଚକୁ ଉପସ୍ଥାପନ କରିଛି। ଏବେ ସର୍ଚ୍ଚ କରିବାର ସମ୍ପୂର୍ଣ୍ଣ ପ୍ରଣାଳୀ ଭାରତ ସହିତ ଜାପାନରେ ମଧ୍ୟ ଉପଲବ୍ଧ ହୋଇଛି।

କୋଟି କୋଟି ଭାରତୀୟ Google ବ୍ୟବହାର କରନ୍ତି। ଏହା ଭାରତ ନୁହେଁ, ସମଗ୍ର ବିଶ୍ୱର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ପ୍ଲାଟ୍‌ଫର୍ମ। ସମସ୍ତେ Google ସର୍ଚ୍ଚ ଜାଣନ୍ତି। କିନ୍ତୁ ଏବେ ଏଥିରେ କିଛି ନୂତନତ୍ୱ ଅଣାଯାଇଛି। ଗୁଗଲ୍‌ ନିଜ ବାର୍ଷିକ ଇଭେଣ୍ଟ୍‌ Google I/Oରେ AI-ପାଓ୍ଵାର୍ଡ ଗୁଗଲ୍‌ ସର୍ଚ୍ଚକୁ ଉପସ୍ଥାପନ କରିଛି। ଏବେ ସର୍ଚ୍ଚ କରିବାର ସମ୍ପୂର୍ଣ୍ଣ ପ୍ରଣାଳୀ ଭାରତ ସହିତ ଜାପାନରେ ମଧ୍ୟ ଉପଲବ୍ଧ ହୋଇଛି। ଏଥି ପୂର୍ବରୁ କେବଳ ୟୁଏସ୍‌ରେ ନୂଆ ସୁବିଧା ଉପଲବ୍ଧ ଥିଲା।

ଗୁଗଲ୍‌ର ସର୍ଚ୍ଚ ଜେନେରେଟିଭ୍‌ ଏକ୍ସପେରିଏନ୍ସ (SGE) କ’ଣ?

SGE ବା ସର୍ଚ୍ଚ ଜେନେରେଟିଭ୍ ଏକ୍ସପେରିଏନ୍ସ ହେଉଛି ଏକ AI-ଚାଳିତ ଫିଚର, ଯାହାକୁ ଗୁଗଲ ମେ’ରେ ହୋଇଥିବା ବାର୍ଷିକ ଇଭେଣ୍ଟରେ ଉପସ୍ଥାପନ କରିଥିଲା। ଗୁଗଲ୍ SGE ଏମିତି ଏକ ଟୁଲ୍‌, ଯାହା ଗୁଗଲ୍ ସର୍ଚ୍ଚରେ ଏକ ବାର୍ତ୍ତାଳାପ ମୋଡ୍ ଆଣିଥାଏ। ଏଠାରେ ୟୁଜର ଗୁଗଲ୍‌କୁ କୌଣସି ବିଷୟ ଉପରେ ପ୍ରଶ୍ନ ପଚାରିପାରିବେ।

ଆପଣ ପ୍ରଶ୍ନ ପଚାରିବା ପରେ ଏହା AI ଚାଟ୍‌ବଟ ଭଳି ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ। ଜେନେରେଟିଭ୍ AI ସହିତ ସର୍ଚ୍ଚ ବହୁତ ବଡ଼ କାମ କରିପାରିବ।

ଅଗଷ୍ଟ ୩୧ରୁ ଆରମ୍ଭ ହେବ ସୁବିଧା

ଆଜିଠାରୁ ଗୁଗଲ ଭାରତରେ ସର୍ଚ୍ଚ ଜେନେରେଟିଭ୍ ଏକ୍ସପେରିଏନ୍ସ (SGE)କୁ ସର୍ଚ୍ଚ ଲ୍ୟାବରେ ଅପ୍ଟ-ଇନ୍ ଆପ୍ଲିକେସନ୍ ଭାବରେ ଲଞ୍ଚ କରୁଛି। କହି ରଖୁଛୁ, ଏହି AI ଚାଳିତ ସର୍ଚ୍ଚ ଇଞ୍ଜିନ୍ ଦୁଇଟି ମୁଖ୍ୟ ଭାଷା ଇଂରାଜୀ ଏବଂ ହିନ୍ଦୀରେ ଉପଲବ୍ଧ କରାଯାଇଛି।

ତେବେ ଏହି ଫିଚର ସେହି ୟୁଜରମାନଙ୍କ ପାଇଁ ଅଧିକ ଲାଭଦାୟକ ହେବ, ଯେଉଁମାନେ ନିଜର ଅଧିକାଂଶ ସୂଚନା ପାଇଁ ଇଣ୍ଟରନେଟ୍ ଉପରେ ନିର୍ଭର କରନ୍ତି। ୟୁଜରମାନଙ୍କର ସର୍ଚ୍ଚ ସ୍ପିଡ୍‌କୁ ବଢ଼ାଇବାରେ ଏହା ସାହାଯ୍ୟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.