Xରେ ମିଳିବ ଅଡିଓ-ଭିଡିଓ କଲ୍‌ର ସୁବିଧା, ଘୋଷଣା କଲେ ଏଲନ୍‌ ମସ୍କ

ଯଦି ଆପଣ Xର ୟୁଜର, ତେବେ ଆପଣଙ୍କ ପାଇଁ ଖୁସି ଖବର। ଜଲ୍‌ଦି ଆପଣ X ପ୍ଲାଟ୍‌ଫର୍ମରୁ ଅଡିଓ ଏବଂ ଭିଡିଓ କଲ୍‌ କରିପାରିବେ। Xର ମୁଖ୍ୟ ଏଲନ୍‌ ମସ୍କ ଗୁରୁବାର ଏହି ନୂଆ ସୁବିଧା ବିଷୟରେ ଘୋଷଣା କରିଛନ୍ତି।

ଯଦି ଆପଣ Xର ୟୁଜର, ତେବେ ଆପଣଙ୍କ ପାଇଁ ଖୁସି ଖବର। ଜଲ୍‌ଦି ଆପଣ X ପ୍ଲାଟ୍‌ଫର୍ମରୁ ଅଡିଓ ଏବଂ ଭିଡିଓ କଲ୍‌ କରିପାରିବେ। Xର ମୁଖ୍ୟ ଏଲନ୍‌ ମସ୍କ ଗୁରୁବାର ଏହି ନୂଆ ସୁବିଧା ବିଷୟରେ ଘୋଷଣା କରିଛନ୍ତି। ଖାସ୍‌ କଥା ହେଉଛି, ଭିଡିଓ କିମ୍ବା ଅଡିଓ କଲ୍ ପାଇଁ ମୋବାଇଲ୍ ନମ୍ବର ଆବଶ୍ୟକ ହେବ ନାହିଁ। ମସ୍କ Xରେ ଏ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି।

ଖବର ମୁତାବକ, Xରେ ଆସୁଥିବା ଏହି ଫିଚର୍‌ ଆଇଓଏସ୍, ଆଣ୍ଡ୍ରୋଏଡ୍‌, ମ୍ୟାକ୍ ଏବଂ PCରେ କାମ କରିବ। ଏଲନ୍ ମସ୍କ କହିଛନ୍ତି ଯେ X ହେଉଛି ଏକ ପ୍ରଭାବଶାଳୀ ବିଶ୍ୱସ୍ତରୀୟ ଆଡ୍ରେସ୍‌ ବୁକ୍‌।

ତାଙ୍କ କହିବା ହେଲା, ଆଗାମୀ ଦିନରେ ୟୁଜରମାନେ ଏକ ଭିନ୍ନ ଏବଂ ଉନ୍ନତ ଅଭିଜ୍ଞତା ପାଇବେ। ନୂଆ X ଫିଚରକୁ ପୂର୍ବରୁ ମଧ୍ୟ ଅନେକ ବାର କମ୍ପାନୀ ତରଫରୁ ଟିଜ୍‌ କରାଯାଇଛି ଏବଂ ବର୍ତ୍ତମାନ ଏହି ଫିଚର ଆଗାମୀ ଅପ୍‌ଡେଟରେ ଦେଖାଯିବ ବୋଲି ଆଶା ରହିଛି।

ଅଡିଓ ଏବଂ ଭିଡିଓ କଲ୍‌ର ଇଣ୍ଟରଫେସ୍‌ ଅନ୍ୟ ଆପ୍‌ ଭଳି ଦେଖାଯାଉଛି, ଯାହା ଇନ୍-ଆପ୍ କଲିଂ ଅଫର୍‌ କରିଥାଏ। ଖବର ମୁତାବକ, ୟୁଜରମାନେ ଡାଇରେକ୍ଟ ମେସେଜ୍‌ ସେକ୍ସନରୁ ଅଡିଓ କିମ୍ବା ଭିଡିଓ କଲ୍ କରିବାର ବିକଳ୍ପ ପାଇବେ। ଯଦିଓ ଏହି ଫିଚର କାହା ପାଇଁ ଉପଲବ୍ଧ ହେବ ଏବଂ କାହା ପାଇଁ ନୁହେଁ, ସେ ବିଷୟରେ ମସ୍କ କିଛି କହି ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.