Below header

କୁରାଢିରେ ହାଣି ଲୁଟ୍ କରିବା ବେଳେ ବାଜିଲା ସାଇରନ, ଧରା ପଡ଼ିବା ଭୟରେ ଛୁ ମାରିଲା ଲୁଟେରା

କୁରାଢିରେ ହାଣି ଏଟିଏମ ଲୁଟ୍ କରିବାକୁ ଉଦ୍ୟମ କରିବା ବେଳେ ହଠାତ୍ ସାଇରନ ବାଜିବାରୁ ଡରି ଯାଇ ଛୁ ମାରିଲା ଲୁଟେରା। ସିସି ଟିଭିରେ ଭିଡ଼ିଓ କଏଦ

ଟଙ୍କା ଉଠେଇବା ପାଇଁ ଆମେ ଏଟିଏମ କୁ ଯାଇଥାଉ।ଠିକ ସେମିତି ଏ ଭଦ୍ର ବ୍ୟକ୍ତି ବି ଏଟିଏମ କୁ ଆସିଲେ । କିନ୍ତୁ ନିଜେ ଟଙ୍କା ଉଠାଇବାକୁ ନୁହେଁ , ଏଟିଏମ୍ ହାଣି ଟଙ୍କା ଲୁଟ କରିବାକୁ। ଚୋରି କରିବା ଉଦ୍ଦେଶ୍ୟରେ ଆସି ଶେଷରେ ଫସିଯାଇଛନ୍ତି ଏ ଭଦ୍ର ବ୍ୟକ୍ତି ଜଣଙ୍କ।ସମସ୍ତଂକ ଭଳି ଏ ଏଟିଏମ୍ ଭିତରକୁ ପଶିଲେ । ଆଉ ଚୋରି କରିବା ଉଦ୍ୟମ କଲେ ।କିନ୍ତୁ ଭାଇଙ୍କ ମୁଣ୍ଡରେ ବୋଧେ ସାଧାରଣ ଜ୍ଞାନର ଢେର ଅଭାବ ଥିଲା।

ସେ ଭୁଲିଯାଉଥିଲେ ଯେ ସୁରକ୍ଷା ପାଇଁ ସବୁ ଏଟିଏମ୍ ରେ ସିସି କ୍ୟାମେରା ଲଗାଯାଇଥାଏ।ପ୍ଲାନ ତ କରିକି ଆସିଛନ୍ତି କେମିତି ଏଟିଏମ୍ ରୁ ଟଙ୍କା ଚୋରି କରିବେ। ସାଙ୍ଗରେ ଗୋଟିଏ କୁରାଢି ବି ଆଣିଥିଲେ ଏଟିଏମ୍ କୁ ବାଡେଇ ଭାଙ୍ଗି ସେଥିରୁ ଟଙ୍କ ଲୁଟ କରିବେ ବୋଲି ।ହେଲେ ମେସିନରେ କୁରାଢି ବାଜିବା ପରେ ହଠାତ ସାଇରନ ବାଜିଲା । ସୁରକ୍ଷା ପାଇଁ ଥିବା ଏହି ସାଇରନ ବାଜିବା ପରେ ଭାଇ ଜଣଙ୍କ ଡରି ଯାଇ ସେଠୁ ଛୁ ମାରିଥିଲେ। ଆଉ ଏ ସବୁ ଘଟଣା ସିସି ଟିଭି ଫୁଟେଜ ରେ କଏଦ ହୋଇଥିଲା।

କୁରାଢିରେ ହାଣି ଏଟିଏମ ଲୁଟ୍ କରିବାକୁ ଉଦ୍ୟମ କରିଥିଲା ଏହି ଲୁଟେରା। ହେଲେ ସବୁ ପରିଶ୍ରମ ବେକାର ହୋଇ ଯାଇଥିଲା। ହଠାତ୍ ସାଇରନ ବାଜିବାରୁ ଡରି ଯାଇ ଛୁ ମାରିଲା ଲୁଟେରା। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଭରତପୁର ସ୍ଥିତ ଏସବିଆଇ ଏଟିଏମରେ। ଗତ ୩୧ ତାରିଖ ଦିନ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଜଣେ ଲୁଟେରା କଳା ରଙ୍ଗର ହେଲମେଟ୍ ପିନ୍ଧି ଏଟିଏମ ଲୁଟ୍ କରିବାକୁ ଆସିଥିଲା। ସାଙ୍ଗରେ ଆଣିଥିବା କୁରାଢ଼ିରେ ଏଟିଏମକୁ ହାଣିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ସାଇରନ ବାଜି ଉଠିଥିଲା। ଲୁଟେରା ଜଣଙ୍କ ଭୟଭୀତ ହୋଇ ସେଠାରୁ ଚମ୍ପଟ ମାରିଥିଲା।

ପୁରୀ ଜ଼ିଲ୍ଲା ପିପିଲି ଥାନା ଭାରତୀପୁର ନିକଟ ମାଧିପୁର ଛକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମରେ ପଶି ଚୋରି କରିବାକୁ ଚେଷ୍ଟା କରୁଥିଲା , ମୁହଁ ଦେଖି ଜାଣି ପାରିବେ ନାହିଁ ବୋଲି ଭାବି ମୁଣ୍ଡରେ ହେଲେମେଟ ପିନ୍ଧି କୁରାଢ଼ୀ ରେ ହାଣି ଲୁଟ ଉଦ୍ୟମ କରି ବିଫଳ ହୋଇଥିଲା l ତେବେ ଏହି ଲୁଟ ର ସିସି ଟିଭି ଫୁଟେଜ ସିକୁରିଟି ସଂସ୍ଥା ପକ୍ଷରୁ ମିଳିଛି। ଏ ସମ୍ପର୍କ ରେ ପିପିଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ଏଟିଏମ୍‌ରେ ଲାଗିଥିବା ସିସିଟିଭିରେ ଏହି ସବୁ ଦୃଶ୍ୟ କଏଦ ହୋଇଛି। ଏନେଇ ପିପିଲା ଥାନାରେ ଅଭିଯୋଗ ହୋଇଛି। ୪ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.