କେନ୍ଦ୍ର ସରକାର ଶୁଭାରମ୍ଭ କଲେ ‘ଭାରତ ଅଟା’, କିଲୋ ପିଛା ୨୭.୫୦ ଟଙ୍କାରେ ହେବ ଉପଲବ୍ଧ
ଶୁଭାରମ୍ଭ ହେଲା ‘ଭାରତ ଅଟା’। ସାରା ଦେଶରେ ୨୭.୫୦ ଟଙ୍କା ପ୍ରତି କିଲୋ ହିସାବରେ ‘ଭାରତ ଅଟା’ ଉପଲବ୍ଧ କରାଇବେ କେନ୍ଦ୍ର ସରକାର। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା ବିତରଣ ଯାନ (ମୋବାଇଲ୍ ଭ୍ୟାନ୍)କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅଟାକୁ ୧୦ କେଜି ଏବଂ ୩୦ କେଜି ପ୍ୟାକ୍ରେ ଉପଲବ୍ଧ କରାଯିବ।
ଶୁଭାରମ୍ଭ ହେଲା ‘ଭାରତ ଅଟା’। ସାରା ଦେଶରେ ୨୭.୫୦ ଟଙ୍କା ପ୍ରତି କିଲୋ ହିସାବରେ ‘ଭାରତ ଅଟା’ ଉପଲବ୍ଧ କରାଇବେ କେନ୍ଦ୍ର ସରକାର। କେନ୍ଦ୍ର ଯୋଗାଣ ମନ୍ତ୍ରୀ ପୀୟୁଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା ବିତରଣ ଯାନ (ମୋବାଇଲ୍ ଭ୍ୟାନ୍)କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅଟାକୁ ୧୦ କେଜି ଏବଂ ୩୦ କେଜି ପ୍ୟାକ୍ରେ ଉପଲବ୍ଧ କରାଯିବ।
ସାରା ଦେଶରେ ୨ ହଜାର ଆଉଟଲେଟରେ ଭାରତ ଅଟା ମିଳିବ। ଏହାକୁ ନ୍ୟାସନାଲ୍ ଏଗ୍ରିକଲ୍ଚରାଲ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (NAFED), ନ୍ୟାସନାଲ୍ କୋଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (NCCF), ସଫଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସହକାରୀ ସଂସ୍ଥା ମାଧ୍ୟମରେ ବିକ୍ରି କରାଯିବ।
କେନ୍ଦ୍ର ମନ୍ତ୍ରୀ ଗୋୟଲ କହିଛନ୍ତି ଯେ ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି। ଉପଭୋକ୍ତା ବ୍ୟାପାର ବିଭାଗ ଅନୁସାରେ, ବର୍ତ୍ତମାନ ଦେଶରେ ଅଟାର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୩୫ ଟଙ୍କା ରହିଛି।
ବଜାରରେ ନନ୍-ବ୍ରାଣ୍ଡେଡ୍ ଅଟାର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୦ରୁ ୪୦ ଟଙ୍କା ଥିବାବେଳେ ବ୍ରାଣ୍ଡେଡ୍ ଅଟା କିଲୋଗ୍ରାମ ପିଛା ୪୦ରୁ ୫୦ ଟଙ୍କା ହିସାବରେ ବିକ୍ରି ହେଉଛି। ଗହମର କ୍ରମାଗତ ମୂଲ୍ୟ ବୃଦ୍ଧି ହେତୁ ଉତ୍ସବ ସମୟରେ ଅଟା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ଶସ୍ତା ମୂଲ୍ୟରେ ଅଟା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।