Below header

ହାରିବ କ୍ୟାନ୍ସର ଜିତିବ ମଣିଷ, ଓଡିଶାରେ ପ୍ରଥମ ଥର ପାଇଁ ସ୍ଥାପନ ହେଲା ଶିଶୁ କର୍କଟ ରୋଗୀ ଆରୋଗ୍ୟ କ୍ଲବ

କ୍ୟାନ୍ସର ରୋଗର ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟା ହରିହର କ୍ୟାନ୍ସର ହସ୍ପିଟାଲରେ ଶିଶୁ କର୍କଟ ରୋଗୀ ଆରୋଗ୍ୟ କ୍ଲବ ସ୍ଥାପନର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କ ମଧ୍ୟରେ କ୍ୟାନ୍ସରକୁ ନେଇ ସଚେତନ କରାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ହାରୁଛି କ୍ୟାନ୍ସର ଜିତୁଛି ମଣିଷ । ଆଉ କ୍ୟାନ୍ସର କୁ ଡରିବାର ନାହିଁ । ଠିକ ସମୟରେ ଚିକିତ୍ସା ପାଇଁ ଆଗେଇ ଆସିଲେ ଆମେ କ୍ୟାନ୍ସର ଭଳି ରୋଗରୁ ସୁସ୍ଥ ହୋଇପାରିବା । ଏମିତି କିଛି କହୁଥିଲେ କ୍ୟାନ୍ସର ରୋଗରୁ ଚିକିତ୍ସା ହୋଇ ସୁସ୍ଥ ହୋଇଥିବା ଛୋଟ ପିଲା ଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ । ତେବେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟା ହରିହର କ୍ୟାନ୍ସର ହସ୍ପିଟାଲରେ ଶିଶୁ କର୍କଟ ରୋଗୀ ଆରୋଗ୍ୟ କ୍ଲବ ସ୍ଥାପନର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କ ମଧ୍ୟରେ କ୍ୟାନ୍ସରକୁ ନେଇ ସଚେତନ କରାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ଓଡିଶାରେ ପ୍ରଥମ ଥର ପାଇଁ ଶିଶୁ କର୍କଟ ରୋଗୀ ଆରୋଗ୍ୟ କ୍ଲବ, କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ପରିସରରେ ଆରମ୍ଭ କରାଯାଇଛି । ଏହି କ୍ଲବ, ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ଛୋଟ ରୁ ବଡ଼ ଲୋକ ଓ ଚିକିତ୍ସିତ ହେଉଥିବା ଲୋକଙ୍କୁ ଯୋଡିବାରେ ସହାୟକ ହେବ । ଏହା ସହ ଏହି କ୍ଲବ ଲୋକମାନଙ୍କୁ ଚିକିତ୍ସା ରେ ସଫଳ ହେବା ପାଇଁ ଆତ୍ମବିଶ୍ବାସ ମଧ୍ୟ ଯୋଗାଇବ । କ୍ୟାନ୍ସର କୁ ହରାଇ ପୁଣି ଜୀବନକୁ ଖୁସି ରେ କଟାଉଥିବା ପିଲାମାନେ ଓ ତାଙ୍କ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ। ଏହି ଅବସରରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ପିଲାମାନେ ଏସସିବି ଅଙ୍କଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦୀପ୍ତିରାଣୀ ସାମନ୍ତଙ୍କର ପ୍ରଶଂସା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାନ୍ସର ପୀଡ଼ିତ ଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ଓ ସହଯୋଗ ପାଇଁ ସମସ୍ତେ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

କ୍ୟାନ୍ସର ଏକ ମାରାତ୍ମକ ରୋଗ ହୋଇଥିବା ବେଳେ ଏହାର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । କିନ୍ତୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଡ଼ିତଙ୍କ ମଧ୍ୟରେ ଆଶା ଜନ୍ମିଛି । ସେମାନେ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ପାଇ ପାରିବେ ବୋଲି ବିଶ୍ୱାସ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.