ଇନଷ୍ଟାଗ୍ରାମର ଏହି AI ମଡେଲ ମାସକୁ ରୋଜଗାର କରେ ପ୍ରାୟ ୩ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ବାର୍ସିଲୋନାର 'ଦି କ୍ଲୁଲେସ' ସ୍ପେନର ଏକ ମଡେଲିଂ ଏଜେନ୍ସି ଦେଶର ଅଗ୍ରଣୀ AI ମଡେଲ୍ ଆଇଟାନା ଲୋପେଜକୁ ପରିଚିତ କରାଇଛି । ଏହି AI ମଡେଲ୍ ଠିକ୍ ମଣିଷ ପରି ଦେଖାଯାଏ ଏବଂ ମାସକୁ ପ୍ରାୟ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । 

କାର୍ଯ୍ୟକୁ ସହଜ କରିବା ପାଇଁ AI ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହୃତ ହେଉଛି । କ୍ରିଏଟର ଏବଂ ଇନଫ୍ଲୁଏନ୍ସରଙ୍କ ଠାରୁ ହଇରାଣ ହୋଇ ଏକ ମଡେଲିଂ ଏଜେନ୍ସି ନିଜର ଏକ AI ମଡେଲ୍ ସୃଷ୍ଟି କରିଛି । ବାସ୍ତବରେ ଆଜିକାଲି କୌଣସି ବି ବ୍ରାଣ୍ଡ ପ୍ରଡକ୍ଟର ପ୍ରମୋସନ ପାଇଁ କ୍ରିଏଟର୍ସଙ୍କ ପାଖକୁ ଯାଉଛନ୍ତି । ଅନେକ ଥର କ୍ରିଏଟର୍ସ ଡିଲ ଆସେପ୍ଟ କରନ୍ତି ନାହିଁ କିମ୍ବା ଶେଷ ସମୟରେ ମନା କରିଦିଅନ୍ତି । ଏହା ଦ୍ୱାରା ଅସୁବିଧାରେ ପଡି ସ୍ପେନର ଏକ ମଡେଲିଂ ଏଜେନ୍ସି ନିଜର AI ମଡେଲ୍ ପ୍ରସ୍ତୁତ କରିଛି । ଏହି AI ମଡେଲ୍ ଠିକ୍ ମଣିଷ ପରି ଦେଖାଯାଏ ଏବଂ ମାସକୁ ପ୍ରାୟ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ ।

ଆଇଟାନା ଲୋପେଜ୍ ନାମକ ଏହି ମଡେଲ୍ ରୁବେନ୍ କ୍ରୁଜଙ୍କ ଦ୍ୱାରା ସୃଷ୍ଟି କରାଯାଇଛି । ୟୁରୋନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ରୁବେନ୍ କ୍ରୁଜ୍ କହିଛନ୍ତି ଯେ ଏହି ମଡେଲ୍ ପ୍ରତି ମାସରେ ୧୦,୦୦୦ ୟୁରୋ ଅର୍ଥାତ ପ୍ରାୟ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଆଇଟାନା ଲୋପେଜଙ୍କ ମାସିକ ହାରାହାରି ଆୟ ପ୍ରାୟ ୩ ଲକ୍ଷ ଟଙ୍କା । ରୁବେନ୍ କ୍ରୁଜ୍ କହିଛନ୍ତି ଯେ ବ୍ରାଣ୍ଡ ଡିଲ୍ ଏବଂ ପ୍ରମୋସନ ପାଇଁ କମ୍ପାନୀ ଏହି ମଡେଲର ବ୍ୟବହାର କରେ ।

ଆଇଟାନା ଲୋପେଜଙ୍କୁ ସୃଷ୍ଟି କରିଥିବା ଟିମ ପ୍ରତି ସପ୍ତାହରେ ଏକ ମିଟିଂ ଆୟୋଜନ କରନ୍ତି ଯେଉଁଥିରେ ସେମାନେ ଏହି ମଡେଲର ଭବିଷ୍ୟତ ଜୀବନ ବିଷୟରେ ଆଲୋଚନା କରନ୍ତି, ଯେପରିକି ଆସନ୍ତାକାଲି ସେ କେଉଁଠିକୁ ଯିବ, କ’ଣ ପିନ୍ଧିବ, କେଉଁଠାରେ ପାର୍ଟି କରିବ ଇତ୍ୟାଦି । ଏସବୁ ପାଇଁ କୌଣସି ନୂଆ ଫଟୋସୁଟ୍ ହୋଇନଥାଏ ଏହି ଟିମ AI ଏବଂ ଡିଜାଇନ୍ ମିକ୍ସ କରି ଫୋଟୋଶପ୍ ମାଧ୍ୟମରେ ନୂଆ ଫଟୋ ସୃଷ୍ଟି କରେ । କ୍ରୁଜଙ୍କ ଅନୁଯାୟୀ, ଆଇଟାନା ବାର୍ସିଲୋନାର ୨୫ ବର୍ଷ ବୟସ୍କା ଜଣେ ଉତ୍ସାହି ମହିଳା । ଗୋଲାପି କେଶ, ଫିଟନେସ୍ ଉତ୍ସାହି, ନିଷ୍ଠାପର ଏବଂ ଏକ ‘ଜଟିଳ’ ଚରିତ୍ର ସହିତ ଆଇଟାନାଙ୍କ ସୃଷ୍ଟି ହୋଇଥିଲା ।

ବାର୍ସିଲୋନାର ‘ଦି କ୍ଲୁଲେସ’ ସ୍ପେନର ଏକ ମଡେଲିଂ ଏଜେନ୍ସି ଦେଶର ଅଗ୍ରଣୀ AI ମଡେଲ୍ ଆଇଟାନା ଲୋପେଜକୁ ପରିଚିତ କରାଇଛି । ଆଇଟାନା ଲୋପେଜ୍ ଠିକ୍ ମଣିଷ ପରି ଦେଖାଯାଏ ଏବଂ ଯେକୌଣସି ପ୍ରଡକ୍ଟ କିମ୍ବା ସର୍ଭିସକୁ ମଣିଷ ପରି ପ୍ରମୋଟ କରିପାରିବ । ଆଇଟାନା ଲୋପେଜଙ୍କର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଅଛି ଯେଉଁଥିରେ ବର୍ତ୍ତମାନ ୧ ଲକ୍ଷ ୩୫ ହଜାରରୁ ଅଧିକ ଫଲୋର୍ସ ଅଛନ୍ତି ଏବଂ ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

ଯଦି ଆପଣ ଆଇଟାନା ଲୋପେଜର ଇନଷ୍ଟାଗ୍ରାମ ପ୍ରୋଫାଇଲକୁ ଯାଆନ୍ତି, ତେବେ ଆପଣ AI ମଡେଲର ଅନେକ ଫଟୋ ଦେଖିବେ ଯେଉଁଥିରେ ସେ ଜିମ୍ ଠାରୁ ପାର୍ଟି ପର୍ଯ୍ୟନ୍ତ ସବୁକିଛି କରୁଛନ୍ତି । ପ୍ରମୋସନ ବ୍ୟତୀତ, ଏହି AI ମଡେଲ୍ ‘ଫ୍ୟାନଭ୍ୟୁ’ ନାମକ ଏକ ୱେବସାଇଟରେ ଆଡଲ୍ଟ ଫଟୋ ଅପଲୋଡ୍ କରେ ଯେଉଁଠାରୁ ସେ ଭଲ ଟଙ୍କା ରୋଜଗାର କରନ୍ତି । ରୁବେନ୍ କ୍ରୁଜ୍ କହିଛନ୍ତି ଯେ ଏହି ମଡେଲଙ୍କ ପାଖକୁ ବଡ ବଡ ସେଲିବ୍ରିଟିଙ୍କ ଠାରୁ ମଧ୍ୟ ମେସେଜ ଆସିଥାଏ, ଯେଉଁମାନେ ଆଇଟାନାଙ୍କୁ ଡେଟରେ ଯିବାକୁ କୁହନ୍ତି ।