ପରିଚାଳନାରେ ତ୍ରୁଟି ଯୋଗୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ତିନି ଶହ ଛାତ୍ରଛାତ୍ରୀ, ସ୍କୁଲ ପରିସରରେ ଉତ୍ତେଜନା
ଏନଏମଏମଏସ୍ ପରୀକ୍ଷା ପରିଚାଳନାରେ ତ୍ରୁଟି ଯୋଗୁ ପରୀକ୍ଷା ଦେବାକୁ ବଞ୍ଚିତ ହେଲେ ତିନି ଶହ ଛାତ୍ରଛାତ୍ରୀ । ଯାହାକୁ ନେଇ ଯାଜପୁର ଜିଲ୍ଲା ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି ।
ଏନଏମଏମଏସ୍ ପରୀକ୍ଷା ପରିଚାଳନାରେ ତ୍ରୁଟି ଯୋଗୁ ପରୀକ୍ଷା ଦେବାକୁ ବଞ୍ଚିତ ହେଲେ ତିନି ଶହ ଛାତ୍ରଛାତ୍ରୀ । ଯାହାକୁ ନେଇ ଯାଜପୁର ଜିଲ୍ଲା ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ପ୍ରଶ୍ନପତ୍ର ତୃଟି ଯୋଗୁ ଠିକ୍ ସମୟରେ ପରୀକ୍ଷା ହୋଇ ପାରି ନଥିବା ବେଳେ କେବଳ ଗୋଟିଏ ସିଟିଂ ପରୀକ୍ଷା ଦେଇ ଅନ୍ୟ ଏକ ସିଟିଂ ପରୀକ୍ଷା ଦେବାକୁ ବଞ୍ଚିତ ହେଲେ ତିନିଶହ ଛାତ୍ରଛାତ୍ରୀ ।
ଯାହାକୁ ନେଇ ସ୍କୁଲ ପରିସରରେ କିଛି ସମୟ ଧରି ଉତ୍ତେଜନା ଦେଖା ଦେଇଥିଲା । ଏସ ଏ ଟି ପ୍ରଶ୍ନପତ୍ର ସ୍ଥାନରେ ଏମ ଏ ଟି ପ୍ରଶ୍ନପତ୍ର ଭୁଲରେ ପହଁଞ୍ଚିବା ଯୋଗୁ ପରୀକ୍ଷା ନ ହୋଇ ପାରି ତିନି ଘଣ୍ଟା ବିଳମ୍ବ ହେବା ଯୋଗୁ ଅଭିଭାବକ ମାନେ ସ୍କୁଲ ପରିସରରେ ଧାରଣା ଦେବା ସହ ପରୀକ୍ଷା ବାତିଲ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବାହାରକୁ ଛାଡିବାକୁ ଦାବି କରିବା ଯୋଗୁ ଉତ୍ତେଜନା ପ୍ରକାଶ ପାଇଥିଲା ।
ତେବେ ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ଦେବା ପାଇଁ ତିନି ଘଣ୍ଟା ଧରି ଅଟକ ରଖାଯାଇଥିବା ନେଇ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ ପରୀକ୍ଷା ବାତିଲ କରି ପୁନଃ ନୂତନ ତାରିଖ ନିର୍ଦ୍ଧାରଣ କରି ପରୀକ୍ଷା କରିବାକୁ ଦାବି କରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ । ଘଟଣାସ୍ଥଳରେ କୋରେଇ ବିଡିଓ ଓ ପାଣିକୋଇଲି ପୋଲିସ ପହଂଚି ଅଭିଭାବକ ମାନଙ୍କୁ ବୁଝାଇବା ସହ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା ବାତିଲ ହେବା ନେଇ ଘୋଷଣା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଦେଖାଯାଇଥିଲା ।