ଯେଉଁଠି ଅନ୍ୟର ଆଶା ଶେଷ ହୋଇଥାଏ ସେଠାରେ ମୋଦିଙ୍କ ଗ୍ୟାରେଣ୍ଟି ଆରମ୍ଭ ହୋଇଥାଏ : ପ୍ରଧାନମନ୍ତ୍ରୀ

ତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜିର ବିଜୟକୁ ଐତିହାସିକ ବୋଲି କହିଛନ୍ତି ମୋଦି।

ତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜିର ବିଜୟକୁ ଐତିହାସିକ ବୋଲି କହିଛନ୍ତି ମୋଦି। ଏହା ସବ କା ସାଥ, ସବ କା ବିକାଶ ଭାବନାର ବିଜୟ।

ଆତ୍ମନିର୍ଭର ଭାରତର ସଂକଳ୍ପର ବିଜୟ। ଏହି ବିଜୟକୁ ପ୍ରତ୍ୟେକ ନାଗରିକ ନିଜ ସଫଳତା ବୋଲି ବିବେଚନା କରିଛନ୍ତି। ୨୦୪୭ରେ ଭାରତକୁ ବିକଶିତ ରାଷ୍ଚ୍ର ଭାବେ ଦେଖିବାକୁ ଚାହୁଁଥିବା ପ୍ରତ୍ୟେକ ନାଗରିକର ବିଜୟ ବୋଲି କହିଛନ୍ତି ମୋଦି।

ଆଜିର ବିଜୟ ହାଟ୍ରିକ ୨୦୨୪ ହାଟ୍ରିକ ପାଇଁ ଗ୍ୟାରେଣ୍ଟି ଦେଉଛି। ନିଜ ସମ୍ବୋଧନ ବେଳରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ମୋଦି। ନଡ୍ଡାଙ୍କ ରଣନୀତି ଆଜି ସଫଳତା ପ୍ରଦାନ କରିଛି।

ଏହି ଅବସରରେ ସେ ତେଲଙ୍ଗାନାର ବିଜେପି କର୍ମୀଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି। ଆଗକୁ ବି ତେଲଙ୍ଗାନାର ବିକାଶ ପାଇଁ ବିଜେପି ସେବା କରିବାରେ କୌଣସି ଅବହେଳା କରିବ ନାହିଁ ବୋଲି କହିଛନ୍ତି। ସମ୍ବୋଧନ କାଳରେ ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ି ଦେଶର ସଫଳତାର ଗ୍ୟାରେଣ୍ଟି ହେବ ବୋଲି ସେ କହିଛନ୍ତି। ଯେଉଁଠି ଅନ୍ୟର ଆଶା ଶେଷ ହୋଇଥାଏ ସେଠାରେ ମୋଦିଙ୍କ ଗ୍ୟାରେଣ୍ଟି ଆରମ୍ଭ ହୋଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

You might also like