Below header

ବାଇକକୁ ପିଟିଲା ଟ୍ରକ, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ

ବାଇକକୁ ପିଟିଲା ଟ୍ରକ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ। ନୂଆପଡା ଜିଲ୍ଲା କୋମନା ଥାନା ମାନିଗୁଡ଼ି ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଅପରାହ୍ନରେ ମୋଟରସାଇକେଲରେ ଏକ ଦମ୍ପତି କୋମନା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀଙ୍କୁ ଗୁରୁତର ହୋଇଥିଲେ। ଦମ୍ପତି ମାନେ ଖରିଆରରୋଡ଼ ଜୋଙ୍କ ଥାନା ଅଇଁଲାଯୁବା ଗାଁର ଜୟରାମ ମାଝୀ ଓ ତାଙ୍କ ସ୍ତ୍ରୀ ଘୁନମତି ମାଝୀ ବୋଲି ଜଣାପଡ଼ିଛି।

ଖବରପାଇ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଘୁନମତିକୁ ଉଦ୍ଧାର କରି ଚିକିତ୍ସା ପାଇଁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଘୁନମତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି କୋମନା ପୋଲିସ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.