ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ, kiit ଇଣ୍ଡୋର ବିଜୁପଟନାୟକ ଷ୍ଟାଡିଅମ ପର୍ଯ୍ୟନ୍ତ ବାହାରିଲା ୱାକାଥାନ

 ଆଜି ହେଉଛି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ l ଏହି ଅବସରେ  ରାଜ୍ୟ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ପକ୍ଷରୁ ଶିଖରଚଣ୍ଡୀ ପାହାଡ଼ ନିକଟରେ ଏହି ୱାକାଥାନ ବାହାରି kiit ଇଣ୍ଡୋର ବିଜୁପଟନାୟକ ଷ୍ଟାଡିଅମ ପର୍ଯ୍ୟନ୍ତ ଯାଇଥିଲା l

ଆଜି ହେଉଛି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ l ଏହି ଅବସରେ  ରାଜ୍ୟ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ପକ୍ଷରୁ ଶିଖରଚଣ୍ଡୀ ପାହାଡ଼ ନିକଟରେ ଏହି ୱାକାଥାନ ବାହାରି kiit ଇଣ୍ଡୋର ବିଜୁପଟନାୟକ ଷ୍ଟାଡିଅମ ପର୍ଯ୍ୟନ୍ତ ଯାଇଥିଲା l ଏହି କାର୍ଯ୍ୟକ୍ରମରେ ବହୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯୋଗଦେଇଥିଲେ l ବଡ଼କଥା ହଉଛି କିଏ ଭାରତ ମାତା ତ ଆଉ କିଏ ଜାତିର ପିତା ମହାତ୍ମା ଗାନ୍ଧୀ ବେଶରେ ଆସିଥିଲେ l

ପ୍ଲାକକାର୍ଡରେ ସୁନ୍ଦର ବାର୍ତ୍ତା ବି ଦେଇଛନ୍ତି l ଯେମିତି ଅକ୍ଷମତା ଆମର ନୁହେଁ ଦୁର୍ବଳତା ସବୁ କାର୍ଯ୍ୟରେ ଆମର ବି ରହିଛି ଦକ୍ଷତା l ପାରା ଅଲମ୍ପିକ ଓ ପାରା ପ୍ରତିଯୋଗିତାରେ ଏବେ ମେଡାଲ ସଂଖ୍ୟା ବଢିଛି। ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଭିନ୍ନକ୍ଷମ ମଧ୍ୟ ବେଶ ପାରଦର୍ଶିତା ଲାଭ କରିଛନ୍ତି। ରାଜ୍ୟ ସରକାର ଖାସ କରି ୟେ ଦିଗରେ ବେଶ ଗୁରୁତ୍ୱ ଦେଉଛନ୍ତି l ଭିନ୍ନକ୍ଷମ ଦିବସରେ ଏପରି କିଛି ସ୍ଵତନ୍ତ୍ର ବାର୍ତ୍ତା ମାଧ୍ୟମରେ ଏହି ୱାକାଥାନ ର ଆୟୋଜନ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.