Below header

ଏଏସଓ ଚୟନ ଅନିୟମିତତା ମାମଲାରେ ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

ଏଏସଓ ଚୟନ ଅନିୟମିତତା ମାମଲାରେ ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ଜଣିକିଆ ଖଣ୍ଡପୀଠଙ୍କ ରାୟ ଡିଭିଜନ ବେଞ୍ଚରେ ଖାରଜ ହେବା ସହିତ ଓପିଏସସିର ଚୟନ ପ୍ରକ୍ରିୟାରେ ତ୍ରୁଟି ନାହଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ OPSCକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଏସଓ ଚୟନ ଅନିୟମିତତା ମାମଲାରେ ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ଜଣିକିଆ ଖଣ୍ଡପୀଠଙ୍କ ରାୟ ଡିଭିଜନ ବେଞ୍ଚରେ ଖାରଜ ହେବା ସହିତ ଓପିଏସସିର ଚୟନ ପ୍ରକ୍ରିୟାରେ ତ୍ରୁଟି ନାହଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ OPSCକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଦାୟର ରିଟ୍ ଅପିଲର ଶୁଣାଣି ଶେଷ କରି ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଗତ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସତ୍ୟବ୍ରତ ନାୟକ, କବିତା ଜେନା ଓ ଅନ୍ୟମାନଙ୍କ ତରଫରୁ ଦାୟର ଦୁଇ ରିଟ୍ ଅପିଲର ଶୁଣାଣି ହୋଇଥିଲା। ଅଗଷ୍ଟ ୯ରେ ଦୁଇ ଜଣିଆ ଖଣ୍ଡପୀଠ ଦୁଇ ରିଟ୍ ଅପିଲକୁ ବିଚାର ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ।

ଏଥିସହିତ ଜଣିକିଆ ବିଚାରପତିଙ୍କ ୨୦୨୩ ମେ ୧୯ ଓ ଜୁଲାଇ ୩୧ର ରାୟକୁ ରିଟ୍ ଅପିଲର ଚୂଡାନ୍ତ ରାୟ ପ୍ରକାଶ ପର୍ଯନ୍ତ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେତେକ ପ୍ରାର୍ଥୀ ପୂର୍ବରୁ ରିଟ୍ ଅପିଲ ଦାୟର କରିଥିବା ବେଳେ ଓପିଏସସି ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ରିଟ୍ ଅପିଲ ଦାୟର କରିଥିଲା।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.