Below header

କୋରାପୁଟ ଡଙ୍ଗାବୁଡ଼ି ଘଟଣା ; ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ସରକାର

ଗତକାଲି ପାରିବାରିକ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡଙ୍ଗାରେ ନଦୀ ପାର୍‌ ହେଉଥିଲେ। ହେଲେ ନଦୀ ଜଳରେ ବୁଡ଼ିଯାଇଥିଲା ଡଙ୍ଗାଟି। ତେବେ ଜଣଙ୍କ ମୃତଦେହ ତାନସିଂ ଘାଟ ନିକଟରେ ଭାସୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ୪ ନିଖୋଜ ରହିଥିଲେ । ଓଡ୍ରାଫ ଟିମ୍‌ ବହୁ ଖୋଜା ଖୋଜି କରିବା ପରେ ଆଜି ୪ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି।

କୋରାପୁଟ : ଶୀତୁଆ ଦିନକୁ ମାଡ଼ି ଆସୁଥିଲା ଅନ୍ଧାର ରାତି । ଡଙ୍ଗାରେ ନଦୀ ପାର୍‌ ହେଉଥିଲେ । ହେଲେ ଏହି ନଦୀ ଯାତ୍ରା ହେଲା କାଳ । ମଝି ନଈରେ ହଠାତ୍‌ ମାଡ଼ି ଆସିଥିଲା ସୁଅ । ଉଚ୍ଛୁଳା ପାଣିରେ ଡଙ୍ଗାଟି ଟଳ ମଳ ହୋଇ ବୁଡ଼ିଗଲା। ବଞ୍ଚାଅ ବଞ୍ଚାଅ ବିକଳ ଚିତ୍କାରରେ ଫାଟି ପଡ଼ୁଥିଲା ନଦୀ କୂଳ । ହେଲେ ନଦୀ ଜଳରେ ବୁଡ଼ିଯାଇଥିଲା ଡଙ୍ଗାଟି । ଡଙ୍ଗାରେ ଯାତ୍ରାକରୁଥିବା ଲୋକ ମାନେ ମଧ୍ୟ ସେହି ପାଣିରେ ବୁଡ଼ି ଯାଇଥିଲେ ।

ଗତକାଲି ପାରିବାରିକ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ନଦୀ ପାର୍‌ ହୋଇ ଯାଉଥିଲେ ହେଲେ ମଝି ନଈରେ ଘଟିଗଲା ବଡ଼ ଅଘଟଣ । ନଦୀରେ ସୁ ସୁ ଗର୍ଜନ କରି ମାଡ଼ି ଆସିଥିଲା ସୁଅ । ଭସାଇ ନେଲା ଡଙ୍ଗା । କେଡ଼େ ଖୁସିରେ ଡଙ୍ଗାରେ ଯାତ୍ରା କରୁଥିଲେ ହେଲେ ଅଧାରେ ରହିଲା ବନ୍ଧୁ ଘରକୁ ଯିବା । ବାଟରେ ଚାଲିଗଲା ଜଣକ ଜୀବନ । ଅନ୍ୟ ୪ ଜଣ ହୋଇଗଲେ ନିଖୋଜ । ପାତାଳି ନଦୀକୂଳର ମାତ୍ର ୩୦ ମିଟର ଦୂରରେ ଗୋଟିଏ ଜାଗାରେ ବୁଡି ରହିଥିଲେ । ପାଡୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ଗାଁର ଲାଲମଣି ସୀସା, ଶଶି ରେଖା ଆର୍ଲାବ , ଶାନ୍ତି ସୀସା, ନବିନା ଆର୍ଲାବ ଓ ପୁଷ୍ପାଞ୍ଜଳି ଆରଲାବ ଡଙ୍ଗାରେ ପାତାଳୀ ପଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ। ହେଲେ ନଦୀ ମଝିରେ ଡଙ୍ଗାଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା। ଆଉ ସମସ୍ତେ ବୁଡ଼ି ଯାଇଥିଲେ। ତେବେ ଜଣଙ୍କ ମୃତଦେହ ତାନସିଂ ଘାଟ ନିକଟରେ ଭାସୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ୪ ନିଖୋଜ ରହିଥିଲେ । ଓଡ୍ରାଫ ଟିମ୍‌ ବହୁ ଖୋଜା ଖୋଜି କରିବା ପରେ ଆଜି ୪ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ଓଡ୍ରାଫ ଟିମ ଅପ୍ରେସନ ଜାରି ରଖିଥିବା ବେଳେ ନନ୍ଦପୁର SDPO ନିଜେ ଓଡ୍ରାଫ ଟିମ ସହ ପାଣିକୁ ଯାଇ ଖୋଜା ଖୋଜି କରୁଥିଲେ l ପରଵର୍ତ୍ତି ସମୟରେ ଗ୍ରାମ ବାସି ଜାଲ ଆଣି ଖୋଜା ଖୋଜି ରେ ସହାୟତା କରିଥିଲେ । ସମସ୍ତ ଙ୍କ ମିଳିତ ଉଦ୍ୟମ ପରେ ଆଜି ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ତାନସିଂ ଗ୍ରାମର ମହିଳା ଲାଲମଣି ଶିଷାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମହିଳା ଶଶୀରେଖା ଅର୍ଲାବ ଏବଂ ତିନି ନାବାଳିକା ନବୀନା ଅର୍ଲାବ, ପୁଷ୍ପାଞ୍ଜଳି ଅର୍ଲାବ, ଶାନ୍ତି ସୀସାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ପ୍ରତି ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେପଟେ ପଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ ସବ ସତ୍କାର ପାଇଁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ସହ ୪ ଲକ୍ଷ ଟଙ୍କା ଦିଆ ଯିବ କହିବା ସହ ନିଜେ ପ୍ରତ୍ୟେକ ଙ୍କୁ ୧୦ ହଜାର ଦେବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.