Below header

ଜାଣନ୍ତୁ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ମାଡ ଖାଇଲେ ଡାକ୍ତର

କଣ ଥମିବନି ଡାକ୍ତର ଓ ରୋଗୀ ସମ୍ପର୍କୀୟ ବିବାଦ ? ବର୍ଷ ତମାମ କେଉଁଠି ନା କେଉଁଠି ଗଣ୍ଡଗୋଳ, ମାରପିଟ ଚାଲିଛି ଏମାନଙ୍କ ତିକ୍ତ ସମ୍ପର୍କ ନେଇ ।

ବଲାଙ୍ଗୀର (କେନ୍ୟୁଜ) : କଣ ଥମିବନି ଡାକ୍ତର ଓ ରୋଗୀ ସମ୍ପର୍କୀୟ ବିବାଦ ? ବର୍ଷ ତମାମ କେଉଁଠି ନା କେଉଁଠି ଗଣ୍ଡଗୋଳ, ମାରପିଟ ଚାଲିଛି ଏମାନଙ୍କ ତିକ୍ତ ସମ୍ପର୍କ ନେଇ । ଏବେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ଼ ଘଟଣା ନେଇଥିଲା ଭୀଷଣ ରୂପ । ଗତକାଲିଠାରୁ ପ୍ରତିବାଦରେ ଓ ଆନ୍ଦୋଳନ ଜାରି ରଖିଥିଲେ ଡାକ୍ତରମାନେ। ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ଓପିଡି ବନ୍ଦ ହୋଇଯାଇଥିଲା । ଏଣେ ମେଡିକାଲ ପରିସରରେ ଡାକ୍ତରୀ ଛାତ୍ର ଓ ସାଧାରଣ ଜନତାଙ୍କ ମଧ୍ୟରେ ଠେଲାପେଲା ଓ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରତିବାଦ କରୁଥିବା ଡାକ୍ତରୀ ଛାତ୍ରମାନେ ମେଡିକାଲ ପରିସରକୁ ଆମ୍ବୁଲାନସକୁ ଛାଡ଼ିଲେ ନାହିଁ । ଘଟଣାସ୍ଥଳରେ ପୋଲିସ ପହଁଚି ବୁଝାସୁଝା କରୁଥିଲେ ବି ଆନ୍ଦୋଳନରତ ଡାକ୍ତରମାନେ ଜିଦରେ ଅଟଳ ରହିଥ ଲେ। ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତକୁ ଗିରଫ କରିବା ସହ କଠୋର ଦଣ୍ଡ ଦେବା ଲାଗି ସେମାନେ ଦାବି କରିଥିଲେ । ପୁଣି ହସପିଟାଲରେ ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ଦାବି କରିଥିଲେ। ତେବେ ବୁଝାଶୁଝା ପରେ ଆମ୍ବୁଲାନ୍ସକୁ ଛାଡ଼ିଥିଲେ ଆନ୍ଦୋଳନକରୀ ଡାକ୍ତରମାନେ ।
ବାଇଟ୍‌-

କହିରଖିବାକୁ ଚାହିଁବୁ ଯେ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ୍ ଡାକ୍ତରଖାନାର ଡାକ୍ତର ବିଶ୍ୱରଂଜନ ସାହୁଙ୍କୁ ଆକ୍ରମଣ ହୋଇଥିଲା । ଗତ ରାତିରେ ସ୍ଥାନୀୟ ବ୍ରାହ୍ମଣପଡ଼ା ନିବାସୀ ଡାକ୍ତର ସାହୁଙ୍କୁ ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରେ ଅତର୍କିତ ଆକ୍ରମଣ କରି ଫେରାର୍ ମାରିଥିଲେ । ଆକ୍ରମଣରେ ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତର ବିଶ୍ୱରଞ୍ଜନ ହାଉସ ସର୍ଜନ ଭାବେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାମ କରୁଛନ୍ତି । ଗୁରବାର ଦିନ ସେ ଆଉଟଡୋର କାମ ସାରି ଡାକ୍ତର ବିଷ୍ଣୁ କଲ୍ୟାଣ ମିର୍ଦ୍ଧାଙ୍କ ସହ ମେଡିକାଲ କ୍ୱାର୍ଟରକୁ ଫେରୁଥିଲେ । ମେଡିକାଲରୁ ଷ୍ଟାଫ କ୍ୱାର୍ଟର ପ୍ରାୟ ଅଢ଼େଇ କିଲୋମିଟର ଦୂର । ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ତାଙ୍କୁ ପିଛା କରି ଶାନ୍ତିପଡ଼ା ଗ୍ରିଡ ପାଖରେ ସେମାନଙ୍କୁ ଅଟକାଇ ଥିଲେ । ଡାକ୍ତରମାନେ ଅଟକିବା ପରେ ଦୁର୍ବୃତ୍ତମାନେ ତୁ କାହିଁକି ମୋ ସ୍ତ୍ରୀର ଦେହ ଛୁଇଁଲୁ ବୋଲି କହି ଡା. ସାହୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଡାକ୍ତର ଜଣକ ଜୀବନ ବଞ୍ଚାଇବା ପାଇଁ ବିକଳରେ ଦୌଡ଼ି ପଳାଇବାକୁ ଚେଷ୍ଟା କଲା ବେଳେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ସାଙ୍ଗରେ ଥିବା ଡାକ୍ତର ଆହତ ଡା. ସାହୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମେଡିକାଲ କଲେଜ ପକ୍ଷରୁ ଏନେଇ ଟାଉନ ଥାନାରେ ଏତଲା ଦିଆଯାଇଥିଲା । ଏହାପରେ ଆରମ୍ଭ ହୋଇଯାଇଥିଲା ଆନ୍ଦୋଳନ । ହାଉସ ସର୍ଜନମାନେ ଆନ୍ଦୋଳନ କରିବା ଯୋଗୁଁ ଓପିଡିକୁ ବନ୍ଦ କରାଯାଇଥିଲା । କେବଳ କାଜୁଆଲିଟିରେ ରୋଗୀ ଦେଖୁଥିଲେ ସିନିୟର ଡାକ୍ତର । ଘଟଣାସ୍ଥଳରେ ଜିଲ୍ଲାପାଳ ଏବଂ ଏସପି ପହଞ୍ଚି ବୁଝାସୁଝା କରିଥଲେ। ଆଉ ଘଟଣାର ସଠିକ୍‌ ତଦନ୍ତ ସହିତ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲେ ।

ଏପଟେ ଖୁବ୍‌ ତନାଘନା ପରେ କନ୍ଧମାଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଏହାପରେ ଆନ୍ଦୋଳନରୁ ଉଠିଛନ୍ତି ଡାକ୍ତରମାନେ । ରୋଗୀ ସେବା ସ୍ୱାଭାବିକ ହୋଇଛି । ତେବେ ଅତି ଲଜ୍ଜାକର କଥା ହେଉଛି ଦ୍ୱିତୀୟ ଭଗବାନ ବୋଲାଉଥିବା ଡାକ୍ତର ଏବଂ ରୋଗୀଙ୍କ ସମ୍ପର୍କୀୟ ଭିତରେ ଏଭଳି ତିକ୍ତ ସମ୍ବନ୍ଧ ଆମ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ । ଉଭୟ ଉଭୟଙ୍କ ପାଇଁ ଜରୁରୀ । ତେଣୁ ବୁଝାମଣା ଠିକ ରହିଲେ ଏଭଳି ଅଭାବନୀୟ ଘଟଣା ଘଟନ୍ତା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.