Below header

ଶିକ୍ଷାବିତ୍ ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କ ପରଲୋକ, କିମ୍‌ସକୁ ଶରୀର ଦାନ କଲେ ପରିବାର ଲୋକେ

ବିଶିଷ୍ଟ ଶିକ୍ଷାବିତ୍ ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଜୀବ ବିଜ୍ଞାନର ଜଣାଶୁଣା ପ୍ରାଧ୍ୟାପକ ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କର ଆଜି ପରଲୋକ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ୍‌) : ବିଶିଷ୍ଟ ଶିକ୍ଷାବିତ୍ ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଜୀବ ବିଜ୍ଞାନର ଜଣାଶୁଣା ପ୍ରାଧ୍ୟାପକ, ବିଜ୍ଞାନ ଲେଖକ, ସ୍ତମ୍ଭକାର, ପରିବେଶବିତ୍ ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କର ଆଜି ପରଲୋକ ହୋଇଛି । ପ୍ରଫେସର ପଣ୍ଡା ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ରହିଥିବା ବେଳେ ପ୍ରାଣୀ ବିଜ୍ଞାନରେ ଅଧ୍ୟାପନା କରି ସୁନାମ ଅର୍ଜନ କରିଥିଲେ। ମୃତ୍ୟୁ ପରେ ତାଙ୍କ ଶରୀରକୁ କିମ୍ସକୁ ଦାନ କରିବା ପାଇଁ ସେ କରିଥିବା ଇଚ୍ଛାପତ୍ର ଅନୁସାରେ ଆଜି ତାଙ୍କ ମୃତ ଶରୀରକୁ ତାଙ୍କ ପରିବାର ଲୋକେ କିମ୍ସକୁ ଦାନ କରିଛନ୍ତି । ସେହିପରି ତାଙ୍କ ଚକ୍ଷୁକୁ ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ଦାନ କରାଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱର୍ଗତ ପଣ୍ଡାଙ୍କ ପତ୍ନୀ, ପୁତ୍ର, ପୁତ୍ରବଧୂ ଓ ପରିବାରବର୍ଗ ଉପସ୍ଥିତ ଥିଲେ ।

AMULYA PANDA-2

ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ପ୍ରଫେସର ପଣ୍ଡାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆଜି କନ୍ଧମାଳରୁ ଫେରିବା ପରେ ଡ. ସାମନ୍ତ ପ୍ରଫେସର ପଣ୍ଡାଙ୍କ ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋକ ବ୍ୟକ୍ତ କରି ଡ. ସାମନ୍ତ କହିଛନ୍ତି, ପ୍ରଫେସର ପଣ୍ଡା ମୋତେ ବହୁତ ଭଲ ପାଉଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ସେ ତାଙ୍କର ଲେଖାଲେଖି ଜାରି ରଖିଥିଲେ । ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ୱାରା ନିୟମିତ ପ୍ରକାଶ ପାଇ ଆସୁଥିବା ମାସିକ ବିଜ୍ଞାନ ଭିତ୍ତିକ ପତ୍ରିକା ବିଜ୍ଞାନ ଦିଗନ୍ତର ସମ୍ପାଦକ ମଧ୍ୟ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.