ରାଉରକେଲା ପୋଲିସ ହାତରେ ପିଗ ବୁଚର କ୍ରାଇମ ଗ୍ୟାଙ୍ଗ, ୧୫ କୋଟିର ଆକାଉଣ୍ଟ ସହ ୩୦ ହଜାର ୟୁଏସଡ଼ିଟି କ୍ରିପ୍ଟୋ କରେନ୍ସି ଜବତ
ରାଉରକେଲା ପୋଲିସକୁ ବଡ଼ ସଫଳତା। ରାଉରକେଲା ପୋଲିସ ହାତରେ ଧରାପଡ଼ିଲା ଅନ୍ତର୍ଜାତୀୟ ଅର୍ଗାନାଇଜ ସାଇବର କ୍ରାଇମ ବା ପିଗ ବୁଚର କ୍ରାଇମ ଗ୍ୟାଙ୍ଗ। ଭାରତ ସମେତ ସାଉଥ ଏସିଆରେ ଚାଲିଥିଲା ଏହି ନେଟୱାର୍କ।
ରାଉରକେଲା : ରାଉରକେଲା ପୋଲିସକୁ ବଡ଼ ସଫଳତା। ରାଉରକେଲା ପୋଲିସ ହାତରେ ଧରାପଡ଼ିଲା ଅନ୍ତର୍ଜାତୀୟ ଅର୍ଗାନାଇଜ ସାଇବର କ୍ରାଇମ ବା ପିଗ ବୁଚର କ୍ରାଇମ ଗ୍ୟାଙ୍ଗ। ଭାରତ ସମେତ ସାଉଥ ଏସିଆରେ ଚାଲିଥିଲା ଏହି ନେଟୱାର୍କ।
୧୫ କୋଟିର ଆକାଉଣ୍ଟ ସହ ୩୦ ହଜାର ୟୁଏସଡ଼ିଟି କ୍ରିପ୍ଟୋ କରେନ୍ସି ମଧ୍ୟ ଜବତ କରିଛି ରାଉରକେଲା ପୋଲିସ। ପାଞ୍ଚ ଜଣ ଅନଲାଇନ ସାଇବର ଠକଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ। ରାଉରକେଲା ସହରର ଜଣେ ବ୍ୟକ୍ତି ଏହି ଅନଲାଇନ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ପରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ।
ବେଆଇନ ଇନଭେସ୍ଟମେଣ୍ଟ ଆପ ସାହାଯ୍ୟରେ କରୁଥିଲେ ଠକେଇ। ରାଉରକେଲା ସହରର ଜଣେ ବ୍ୟକ୍ତି ୬୭ ଲକ୍ଷ ୭୦ହଜାର ଟଙ୍କାର ଠକେଇ ଅଭିଯୋଗ କରିଥିଲେ। ସାଇବର ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣା ସଙ୍ଗଠିତ ଆନ୍ତର୍ଜାତୀୟ ଅପରାଧ ସିଣ୍ଡିକେଟ୍ ସହ ଜଡିତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଏହି ଅପରାଧ ଅତ୍ୟନ୍ତ ଜଟିଳ ଏବଂ ଏଥିରେ ଅନେକ ଏଜେନ୍ସି ସାମିଲ ଥିବାରୁ ଏହି ଟିମ୍ ଏମଏଚଏ ଏବଂ ରାଜ୍ୟ କ୍ରାଇମବ୍ରାଞ୍ଚର ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେସନ୍ ସେଣ୍ଟର ର ବୈଷୟିକ ସହାୟତା ନେଇଥିଲା। ତଦନ୍ତ ସମୟରେ ପୋଲିସ ୬ଜଣ ଅଭିୟୁକ୍ତଙ୍କୁ ଗିରଫ କରିଛି।