Below header

ହଷ୍ଟେଲରେ ରାଗିଂ, ଛାତ୍ରଙ୍କୁ ଅର୍ଦ୍ଧନଗ୍ନ କରି ବୁଲାଇଲେ ସହର

ବିଚ୍‌ ରାସ୍ତାରେ ଛାତ୍ରଙ୍କୁ ଅର୍ଦ୍ଧ ଉଲଗ୍ନ କରି ଚଲାଇଲେ । ଖାଲି ସେତିକି ନୁହେଁ ପରେଡ ମଧ୍ୟ କରାଇଲେ । ଏହି ଘଟଣାରେ ୨୦ ଛାତ୍ରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

ଦିନକୁ ଦିନ ବୃଦ୍ଧି ପାଉଛି ରାଗିଂ । କେତେବେଳେ କଲେଜ ଛାତ୍ର ଛାତ୍ରୀଙ୍କ ସହ ରାଗିଂ ହେଉଛି ତ କେତେବେଳେ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ସହ । ବେଳେ ବେଳେ ଏହି ରାଗିଂ ନେଇ ଯାଉଛି କେତେ ନୀରିହଙ୍କ ଜୀବନ । ନିକଟରେ ଏଭଳି ଏକ ରାଗିଂ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି । ବିଚ୍‌ ରାସ୍ତାରେ ଛାତ୍ରଙ୍କୁ ଅର୍ଦ୍ଧ ଉଲଗ୍ନ କରି ଚଲାଇଲେ । ଖାଲି ସେତିକି ନୁହେଁ ପରେଡ ମଧ୍ୟ କରାଇଲେ । ଏହି ଘଟଣାରେ ୨୦ ଛାତ୍ରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

ତେବେ ସମ୍ପୂର୍ଣ୍ଣ ଘଟଣା ଥିଲା ଏହିପରି । କାଲାବୁରାଗିରେ ହଷ୍ଟେଲରେ ଆମ୍ବେଦକରଙ୍କ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିଥିଲେ ଜଣେ ଛାତ୍ର । ସାମାନ୍ୟ ଏହି କଥାରେ ରାଗିଯାଇଥିଲେ ହଷ୍ଟେଲର ଅନ୍ୟ ଛାତ୍ର । ଫଳରେ ଏହି ରାଗ ରଖି ୧୫ ରୁ ୨୦ ଜଣ ଛାତ୍ର ସେହି ଛାତ୍ର ଜଣକୁ ହଇରାଣ କରିଥିଲେ । ଏହାପରେ ତାଙ୍କୁ ରାଗିଂ କରାଇଥିଲେ । କାଲାବୁରାଗି ରାସ୍ତାରେ ପ୍ୟାରେଡ୍‌ କରାଇବା ସହ ଅର୍ଦ୍ଧ ଉଲଗ୍ନ କରି ଛାତ୍ର ଜଣକ ମୁଣ୍ଡରେ ଆମ୍ବେଦକରଙ୍କ ଫଟୋ ରଖି ଚଲାଇଥିଲେ । ଖାଲି ସେତିକି ନୁହେଁ ଛାତ୍ର ଜଣକକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯେଉଁ ଦୃଶ୍ୟ ମୋବାଇଲ୍‌ କ୍ୟାମେରାରେ କଏଦ୍‌ ହୋଇଥିଲା ।

କର୍ଣ୍ଣାଟକର କାଲାବୁରାଗିର ୨୦ ଜଣ ନାବାଳକ ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ନାବାଳକ ଛାତ୍ରମାନେ ପୀଡ଼ିତ ଛାତ୍ରଙ୍କୁ ଯେଉଁ ଭଳି ଭାବେ ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ର ମୁଣ୍ଡରେ ଥୁଆଇ ସହର ପରିକ୍ରମା କରିଥିଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହାଦ୍ୱାରା ବାବା ଆମ୍ବେଦକରଙ୍କ ଅପମାନ ହୋଇଛି । ଏହି ଘଟଣା ପାଇଁ ବୁଦ୍ଧିଜୀବି ମହଲରେ କଡ଼ା ନିନ୍ଦା କରାଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଜାନୁଆରୀ ୨୫ ରେ ଘଟିଛି । କାଲାବୁରାଗିର ହଷ୍ଟେଲରେ ପ୍ରତି ରବିବାର ବାବା ସାହେବଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଜଣେ ଛାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିଦେଇଥିଲେ । ଏଥିରେ ରାଗିଯାଇ ଅନ୍ୟ ଛାତ୍ରମାନେ ସେହି ଛାତ୍ରକୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଅଶୋକ ନଗର ପୋଲିସ ଆଇପିସି ଧାରା ୩୪୧, ଧାରା ୩୨୩, ଧାରା ୫୦୪, ୫୦୫, ୫୦୬ ଧାରା  ୨୦ ନାବାଳକଙ୍କ ବିରୋଧରେ ରୁଜୁ କରାଯାଇଛି । ଏନେଇ ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.