ଥାନା ଭିତରେ ଅଭିଯୁକ୍ତର ଉନ୍ମତ୍ତକାଣ୍ଡ, କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ
କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ । ଥାନା ଭିତରେ ଅଭିଯୁକ୍ତର ଉନ୍ମତ୍ତକାଣ୍ଡ । ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନାରେ ଦୁଇ କନେଷ୍ଟବଳଙ୍କୁ ମାଡ଼ ମାରି ଲହୁଲୁହାଣ କରିଛି ଗିରଫ ଅଭିଯୁକ୍ତ ।

ବାଲେଶ୍ଵର : କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ । ଥାନା ଭିତରେ ଅଭିଯୁକ୍ତର ଉନ୍ମତ୍ତକାଣ୍ଡ । ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନାରେ ଦୁଇ କନେଷ୍ଟବଳଙ୍କୁ ମାଡ଼ ମାରି ଲହୁଲୁହାଣ କରିଛି ଗିରଫ ଅଭିଯୁକ୍ତ । ଗୁରତର ଅବସ୍ଥାରେ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସେମାନେ ହେଲେ ସିଦ୍ଧେଶ୍ବର ସାହୁ ଓ ରାଜେଶ ବେହେରା । ସିଦ୍ଧେଶ୍ବରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଚାନ୍ଦିପୁର ଥାନା ତିଗିଡିଆ ଅଞ୍ଚଳର ସନାତନ ସରେନଙ୍କୁ ୩୦୭ ଦଫାରେ ଅଟକ ଥାନାରେ ରଖାଯାଇଥିଲା। ଏତିକିବେଳେ ଏକ କୋଦାଳ ବେଣ୍ଟରେ ଦୁଇ କନଷ୍ଟେବଳଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ। ବାଲେଶ୍ଵର ଏସପି ସାଗରିକା ନାଥ ମେଡିକାଲ ଆସି ଦୁଇ କନେଷ୍ଟବଳଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।