କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରାରେ ନିର୍ବାଚନ ପ୍ରଚାର

ଆଜି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ସନ୍ଧ୍ୟା ବେଳେ ଫୁଲବାଣୀ ପୌର ପରିଷଦର ବିଭିନ୍ନ ୱାର୍ଡକୁ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ନିର୍ବାଚନ ପ୍ରଚାର କରିଥିଲେ ।

କନ୍ଧମାଳ : ଆଜି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ସନ୍ଧ୍ୟା ବେଳେ ଫୁଲବାଣୀ ପୌର ପରିଷଦର ବିଭିନ୍ନ ୱାର୍ଡକୁ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ନିର୍ବାଚନ ପ୍ରଚାର କରିଥିଲେ ।  ସାହି ସାହିରେ ଲୋକଙ୍କୁ ଭେଟି ସେମାନଙ୍କର ଭଲ ମନ୍ଦ ବୁଝିବା ସହ  ଭୋଟ ଭିକ୍ଷା କରିଥିଲେ ।

ସ୍ଥାନୀୟ ସାଲୁଙ୍କି ହୋଟେଲରୁ ବାହାରି 100 ରୁ ଉର୍ଦ୍ଧ୍ଵ ମୋଟର ସାଇକେଲରେ କର୍ମୀଙ୍କ ସହ  ଗୋପାଳ ସାହି, ଜିରୀଙ୍ଗିପଡା, ମାଦିକୁଣ୍ଡା ଛକ, ପିଅନପଡା, କେନ୍ଦୁପଦର, ଫୁଲବାଣୀ ସାହି ମାଷ୍ଟର ପଡା ଆଦି ସ୍ଥାନରେ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ । କନ୍ଧମାଳ ସାଂସଦଙ୍କ  ସାଙ୍ଗରେ ବିଜେଡି ନଗର ସଭାପତି ବିମଳ ପାଢ଼ୀ,ବିଜେଡି ଛାତ୍ର ସଭାପତିଙ୍କ ସହ ବହୁ ଯୁବ କର୍ମୀ ଏହି ମୋଟର ସାଇକେଲ ଶୋଭାଯାତ୍ରାରେ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.