କଂଗ୍ରେସର ନେତା ପ୍ରଫୁଲ ପଟେଲଙ୍କ ଝିଅ ପୂର୍ଣ୍ଣାଙ୍କର ବିବାହ ନମିତ ସୋନିଙ୍କ ସହିତ ହେବାକୁ ଯାଉଛି। ଏହି ବିବାହରେ ଶୁକ୍ରବାର ହେଉଥିବା ସଙ୍ଗୀତ ସମାରୋହରେ ବଲିଉଡ କଳାକାରଙ୍କ ସହିତ କ୍ରିକେଟ ଷ୍ଟାର ମଧ୍ୟ ନଜର ଆସିଛନ୍ତି। ସଲମାନ ଖାନ, ଜ୍ୟାକଲିନ ଫର୍ଣ୍ଣାଡିଜ,ଡେଜି ଶାହଙ୍କ ସମେତ ଟୀମ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ପରିବାର ସହିତ ସମାରୋହରେ ନଜର ଆସିଥିଲେ।
ଏହି ସଙ୍ଗୀତ ସମାରୋହରେ ସଲମାନ ଖାନ ନିଜ ଫିଲ୍ମ ’ଟାଇଗର ଜିନ୍ଦା ହେ’ର ଗୀତ ’ସ୍ବାଗ ସେ କରେଙ୍ଗେ ସବକା ସ୍ବାଗତ’ ଗୀତରେ ଡ୍ୟାନ୍ସ କରିଥିଲେ। ସେହିଭଳି ଜ୍ୟାକଲିନ ’ଏକ ଦୋ ତିନ’ ଗୀତରେ ବହୁତ ଭଲ ପ୍ରର୍ଦଶନ କରିଥିଲେ। ଏହାଛଡା ନୁସରତ ଭରୂଚା ନିଜ ଫିଲ୍ମ ’ସୋନୁ କେ ଟୀଟୁ କୀ ସ୍ବିଟୀ’ର ଗୀତ ’ଦିଲ ଚୋରୀ’ରେ ଧମାକାଦାର ଡ୍ୟାନ୍ସ କରିଥିଲେ।
ଏହି ପୁରା ସମାରୋହରେ ସମସ୍ତଙ୍କୁ ମନକୁ ଯିଏ ଜିତିଛନ୍ତି ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ। ସେ ଫିଲ୍ମ ’ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର ଗୀତ ’ମେରେ ଖ୍ବାବ ମେ ଜୋ ଆୟେ’ରେ ଧୁମ ଡ୍ୟାନ୍ସ କରିଥିଲେ। ଏହି ସମାରୋହରେ ଉପସ୍ଥିତ ଥିବା ଲୋକଙ୍କୁ ଜଣା ନଥିଲା ଯେ ସେ ମଧ୍ୟ ଏତେ ଭଲ ପ୍ରଦର୍ଶନ କରିବେ। ତାଙ୍କର ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।
ଆପଣଙ୍କ ଜଣାଇବାକୁ ଚାହିଁବୁ ପୁର୍ଣ୍ଣା ପଟେଲ ଏବଂ ସାକ୍ଷୀ ଦୁହେଁ ବେଷ୍ଟ ଫ୍ରେଣ୍ଡ ଅଟନ୍ତି। ସେମାନେ ଦୁଇଜଣ ସ୍ଟାଡିୟମରେ ଅନେକ ଥର ସାଙ୍ଗରେ ନଜର ଆସିଛନ୍ତି। ଗୋଲ୍ଡେନ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ସାକ୍ଷୀ ବହୁତ ସୁନ୍ଦର ଦେଖା ଯାଉଥିଲେ। ଏହି ସମାରୋହରେ କେବଳ ସାକ୍ଷୀ ନୁହଁନ୍ତି ତାଙ୍କ ଝିଅ ଜିଭା ମଧ୍ୟ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ।