ନୂଆଦିଲ୍ଲୀ : ୭ ଦିନିଆଗସ୍ତରେ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ଫନି ନେଇ ଆଲୋଚନା କରିବେ ବୋଲି ନବୀନ କହିଛନ୍ତି। ଏହାସହ କେନ୍ଦ୍ରରୁ ଅଧିକ କଣ ଆର୍ଥିକ ସାହାଯ୍ୟ ମିଳି ପାରିବ ସେ ସମ୍ପର୍କରେ କଥାବାର୍ତ୍ତା ହେବ। ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଭେଟଘାଟ ହେବ।
ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଥିବାରୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବିକୁ ସେ ଦୋହରାଇ ପାରନ୍ତି । ନଚେତ୍ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଅନୁଦାନ ଦେବାକୁ ଦାବି କରିପାରନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ । ଏହାବ୍ୟତୀତ ଲୋକସଭା ଉପବାଚସ୍ପତି ପଦ ନିର୍ବାଚନ ନେଇ ବି ଦୁଇ ନେତା ଆଲୋଚନା କରିପାରନ୍ତି। ୧୧ ତାରିଖରେ ରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିବେ ନବୀନ। ଆସନ୍ତା ୧୫ ତାରିଖରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗର ପଞ୍ଚମ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଏହି ଗସ୍ତ ମଧ୍ୟରେ ନବୀନ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ମଧ୍ୟ ରହିଛି।