Below header

ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ଅଭିଯୋଗ : ମେଡିକାଲରେ ଉତ୍ତେଜନା

ବାରିପଦା : ରୋଗୀ ମୃତ୍ୟୁରୁ ଉତ୍ତେଜନା । ବାରିପଦା ପଣ୍ଡିତ୍‌ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ମୟୂରଭଞ୍ଜ ଚାନ୍ଦୁଆ ଥାନା ଚାଲୁଣିଆ ଗାଁର ରଞ୍ଜିତା ପାତ୍ର । ଅଭିଯୋଗ ଅନୁଯାୟୀ ରଞ୍ଜିତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ରାତିରେ ନାବାଳିକାର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅବହେଳାରୁ ତାର ମୃତ୍ୟୁ ହୋଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ମେଡିକାଲ କଲେଜ ଆଗରେ ମୃତଦେହ ରଖି ଧାରଣାରେ ବସିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.