ଇଣ୍ଟରନେଟ ନାହିଁ ତ ରାସନ ନାହିଁ, ଶେଷରେ ଏହି କଥା ଶୁଣି ଅନାହାରରେ ଆଖିବୁଜିଲେ ବୃଦ୍ଧ

ଝାରଖଣ୍ଡ : କଥାରେ ଅଛି ଭୋକ ଆଗରେ ସମୟ ସ୍ଥାନ କାଳ ପାତ୍ର କିଛି ନଥାଏ। ପ୍ରତ୍ୟେକ ପ୍ରାଣୀ ଭୋକ ଆଗରେ ନାଚାର। ଭୋକିଲା ପେଟ ବାସ୍ତବିକ ଭାବେ ଖାଦ୍ୟର ମୁଲ୍ୟ ବୁଝିପାରେ। କନ୍ତୁ ଥରେ ଚିନ୍ତା କରନ୍ତୁ ଯଦି ଭୋକ ଆଗରେ କେହି ନେଟୱର୍କକୁ ଅପେକ୍ଷା କରିବା ପାଇଁ କହେ ତେବେ ଭୋକିଲା ଲୋକକୁ କଣ ଅନୁଭବ ହୁଏ? ଏହି ଭଳି କିଛି ଘଟଣା ଘଟିଛି ଝାରଖଣ୍ଡର ଲୁରଗୁମୀ କାଲା ଗାଁରେ। ରାମଚରଣ ମୁଣ୍ଡା ନାମକ ଜଣେ ୬୫ ବର୍ଷିୟ ବୃଦ୍ଧ ୫ ଦିନ ହେବ ନଖାଇ ଅନାହାରରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ଅନାହାର ରହିବାର କାରଣ ହେଉଛି ତିନି ମାସ ହେବ ସରକାରଙ୍କ ତରଫରୁ ତାଙ୍କୁ ରାସନ ସାମଗ୍ରୀ ମିଳିନଥିବା ଓ ଘରେ କିଛି ଖାଦ୍ୟ ନଥିବାରୁ ।

old man death due to stravation

ଲୁରଗୁମୀ କାଲା ଗାଁ ଏକ ପାହାଡୀ ଅଞ୍ଚଳରେ ଅବସ୍ଥିତ ହେଇଥିବାରୁ ସେଠାରେ ମୋବାଇଲ ନେଟୱର୍କ ଠିକରେ ଆସେନାହିଁ। ଯେହେତୁ ସରକାର ରାସନ ସାମଗ୍ରୀ ଆଣିବା ପାଇଁ ଅନଲାଇନ ବ୍ୟବସ୍ଥା କରିଛନ୍ତି ତେଣୁ ସବୁ ରାସନ ଡିଲରଙ୍କ ପାଖରେ ଏହି ବ୍ୟବସ୍ଥା ଲାଗୁ ହୋଇଛି।  ଏହି କାରଣରୁ ଲୁରୁଗୁମୀ କାଲା ଗାଁର ଡିଲର ଇଣ୍ଟରନେଟ ନଥିବାର ଅଭିଯୋଗ ଆଣି ତିନି ମାସ ହେବ ରାସନ ସାମଗ୍ରୀ ବଣ୍ଟନ ବନ୍ଦ କରିଦେଇଥିଲେ ।

ଏହି ଅନାହାର ମ୍ତ୍ୟୁକୁ ନେଇ ବିରୋଧୀ ଦଳ ଯେତେ ତୁମ୍ବି ତୋଫାନ କଲେ ବି, ଝାରଖଣ୍ଡ ସରକାର ଏହାକୁ ମାନିବାକୁ ନାରାଜ ଥିଲେ। କିନ୍ତୁ ଘଟଣା ସମ୍ପର୍କରେ ଯେତେବେଳେ ଜାତୀୟ ଗଣମାଧ୍ୟମରେ ପ୍ରସାରଣ କରାଗଲା ସେତେବେଳେ ୮ତାରିଖରେ ଝାରଖଣ୍ଡର ଖାଦ୍ୟ ମନ୍ତ୍ରୀ  ସର୍ଯ୍ୟୁ ରାୟ ବୃଦ୍ଧଙ୍କ କବର ଖୋଳି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.