Below header

ଭାରତମୁହାଁ ହୋଇଛନ୍ତି ଚୀନର ୧୦୦୦ରୁ ଊର୍ଦ୍ଧ୍ଵ କମ୍ପାନୀ, ସରକାରଙ୍କ ସହ ଆରମ୍ଭ ହୋଇଛି ଆଲୋଚନା

ଦୁନିଆର ସବୁଠୁ ବଡ଼ ମ୍ୟାନୁଫ୍ୟାକ୍ଚର ହବର ମାନ୍ୟତା ପାଇଥିବା ଚୀନ ଖୁବଶୀଘ୍ର ଏହି ନାଁକୁ ହରାଇପାରେ। କରୋନା ଭାଇରସ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଖରାପ ପରିସ୍ଥିତି ଯୋଗୁ ପ୍ରାୟ ୧୦୦୦ ବିଦେଶୀ କମ୍ପାନୀ ଚୀନ ଛାଡ଼ି ଭାରତ ଆସିବାକୁ ଯୋଜନା କରୁଛନ୍ତି। ଏନେଇ ସେମାନେ ଭାରତ ସରକାରଙ୍କ ସହ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଛନ୍ତି।

चीन छोड़कर भारत आएंगी 1000 कंपनियां ...

ରିପୋର୍ଟ ମୁତାବକ, ୧୦୦୦ଟି କମ୍ପାନୀ ମଧ୍ୟରୁ ୩୦୦ ଟି ମୋବାଇଲ, ଇଲେକ୍ଟ୍ରୋନିକ୍ସ, ମେଡିକାଲ ଯନ୍ତ୍ରପାତି, ଟେକ୍ସଟାଇଲସ କମ୍ପାନୀ ରହିଛି। ଆଲୋଚନା ସଫଳ ହେଲେ ଖୁବଶୀଘ୍ର ଏସବୁ କମ୍ପାନୀ ଚୀନ ଛାଡି ଭାରତରେ ନିଜ ବ୍ୟବସାୟ ଆରମ୍ଭ କରିବେ। ଏହା ଦ୍ୱାରା ଚୀନକୁ ଏକ ବଡ଼ ଝଟକା ଲାଗିପାରେ।

1,000 foreign firms mull production in India, 300 actively pursue ...

କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ ୧୦୦୦ କମ୍ପାନୀ ବିଭିନ୍ନ ସ୍ତର ଯଥା ଇନଭେଷ୍ଟମେଣ୍ଟ ପ୍ରମୋସନ ସେଲ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ ଓ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଏଥିରୁ ୩୦୦ ଟି କମ୍ପାନୀ ସହ ଭାରତର ଚୁକ୍ତି ହେବା ସମ୍ଭାବନା ଅଧିକ ରହିଛି। ସେ କହିଛନ୍ତି ଯେ କରୋନା ସ୍ଥିତି ସ୍ୱାଭାବିକ ହେବା ପରେ ସରକାର ଏନେଇ କାମ ଆରମ୍ଭ କରିବେ। ଏଥିପାଇଁ ସରକାର ମଧ୍ୟ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.