Below header

ନିଜ ଜୀବନକୁ ବାଜିରେ ଲଗାଇ କୁମ୍ଭୀର ମୁହଁରୁ ଛୁଆକୁ ଛଡ଼ାଇ ଆଣିଲା ମା’

ମା’କୁ ଭଗବାନ ବୋଲି କୁହାଯାଏ। ପିଲା ଜନ୍ମ ହେବାର ୧୦ ମାସ ପୂର୍ବରୁ ମା’ ତାକୁ ଗର୍ଭରେ ଧରିଥାଏ। ଛୁଆ ଉପରକୁ ଯେତେବେଳେ କିଛି ବିପଦ ଆସେ ମା’ହିଁ ଜଣେ ଯିଏ ନିଜ ଜୀବନକୁ ବାଜି ଲଗାଇ ଛୁଆକୁ ସୁରକ୍ଷିତ ରଖିଥାଏ। ଏଣୁ ଦୁନିଆରେ ଯେତେ ସମ୍ପର୍କ ଅଛି ମା ଓ ପିଲାର ସମ୍ପର୍କକୁ ସବୁଠାରୁ ମଜଭୁତ ବୋଲି କୁହାଯାଏ। ଏବେ ସେମିତି ଜଣେ ମା ନିଜ ଛୁଆକୁ କୁମ୍ଭୀର ମୁହଁରୁ ବଞ୍ଚାଇଥିବା ଖବର ସାମ୍ନାକୁ ଆସିଛି।

Crocodiles invade Mexican beach abandoned due to coronavirus

ରିପୋର୍ଟ ମୁତାବକ ଜିମ୍ବାୱେର ଦକ୍ଷିଣ-ପୂର୍ବ ସ୍ଥିତ ଗୋନେରାଝୋଉ ଜାତୀୟ ଉଦ୍ୟାନ ନିକଟସ୍ଥ ରୁଣ୍ଡି ନଦୀରେ ୩୦ ବର୍ଷୀୟ ମେରିନା ମୁସିସିୟାନା ଦୁଇ ଛୁଆଙ୍କ ସହ ମାଛ ଧରୁଥିଲେ। ଛୁଆମାନେ ତାଙ୍କଠାରୁ ଟିକେ ଦୂରକୁ ଯାଇ ଖେଳୁଥିଲେ। ଏହି ସମୟରେ ହଠାତ ମେରିନା ଛୁଆଙ୍କ ପାଟି ଶୁଣିଲେ। ସେ ଦୌଡ଼ିଯାଇ ଦେଖିଲା ବେଳକୁ ତାଙ୍କ ୩ ବର୍ଷୀୟ ଶିଶୁକୁ ଏକ କୁମ୍ଭୀର ପାଣିକୁ ନେଉଛି। କୌଣସି ଉପାୟ ନ ପାଇ ମେରିନା ମଧ୍ୟ ତୁରନ୍ତ ଛୁଆକୁ ବଞ୍ଚାଇବାକୁ ପାଣିକୁ ଡେଇଁପଡ଼ିଥିଲେ। ସାହସିକତାର ସହ କୁମ୍ଭୀର ସହ ଲଢ଼ି ସେ ଛୁଆକୁ ବଞ୍ଚାଇବାରେ ସମର୍ଥ ହୋଇଥିଲେ।

Corocodile

ସୂଚନା ମୁତାବକ ମେରିନା ପୂର୍ବରୁ ବୟସ୍କ ଲୋକଙ୍କ ଠାରୁ କୁମ୍ଭୀରଙ୍କ ନାକ ଦବାଇ ତାଙ୍କୁ ଦୁର୍ବଳ କରାଯାଇ ପାରିବ ବୋଲି ଜାଣିଥିଲେ। ଏହି ଟେକ୍ନିକକୁ ସେ ଛୁଆକୁ ବଞ୍ଚିବା ପାଇଁ ମଧ୍ୟ ବ୍ୟବହାର କରିଥିଲେ ଓ ସଫଳ ହୋଇଥିଲେ। ଏବେ ମା ଓ ଛୁଆ ଉଭୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.