କାର୍ତ୍ତିକ ଆର୍ଯ୍ୟନଙ୍କୁ ତାଙ୍କ ଭଉଣୀ ମାରିଛନ୍ତି ଏକ ଶକ୍ତ ଚାପୁଡ଼ା, କାରଣ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ 

କରୋନାର ଭୟାବହତାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ ଡାଉନ ସମୟ ସୀମାକୁ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏସମୟରେ ବଲିଉଡ଼ର  ଷ୍ଟାର ମାନେ ନିଜ ଘରେ ହିଁ  ଭିଡିଓ ପ୍ରସ୍ତୁତ କରି ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ କରିବାରେ ଲାଗିପଡିଛନ୍ତି । ଏମାନଙ୍କ ଭିତରୁ ଜଣେ ହେଉଛନ୍ତି ନୂଆ ନୂଆ ସୁପରଷ୍ଟାର ବନିଥିବା କାର୍ତ୍ତିକ ଆର୍ଯ୍ୟନ । ସୋସିଆଲ ମିଡ଼ିଆର ପ୍ରତିଟି ପ୍ଲାଟ୍ଫର୍ମରେ ଏବେ ତାଙ୍କୁ ଆକ୍ଟିଭ ରହୁଥିବାର ଦେଖାଯାଉଛି । କିନ୍ତୁ ନିକଟରେ କାର୍ତ୍ତିକ ସେୟାର କରିଥିବା ଏକ ଭିଡିଓକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ ।

 

View this post on Instagram

 

Subah Utho Nahao Pito So Jao #QuarantineLife #KokiToki

A post shared by KARTIK AARYAN (@kartikaaryan) on

 

 

ପ୍ରକୃତରେ ଅଭିନେତା  କାର୍ତ୍ତିକ ନିଜ ଭଉଣୀଙ୍କ ସହିତ ଏକ ଭିଡିଓ ବନାଉଥିବା ବେଳେ ହଠାତ ତାଙ୍କ ଭଉଣୀ କାର୍ତ୍ତିକଙ୍କ ମୁହଁରେ ଏକ ଶକ୍ତ ଚାପୁଡ଼ା ମାରୁଥିବାର ଦେଖାଦେଇଛି । ଭିଡିଓ ଟିକୁ ସେୟାର କରି ଆକ୍ଟର ଏକ ମଜାଦାର କ୍ୟାପ୍ସନ ମଧ୍ୟ ଲେଖିଛନ୍ତି  । ସେ ଲେଖିଥିଲେକି, “ସକାଳୁ ଉଠନ୍ତୁ, ଗାଧାନ୍ତୁ, ମାଡ଼ ଖାଆନ୍ତୁ ଓ ଶୋଇଯାନ୍ତୁ ।”  କାର୍ତ୍ତିକ ଆର୍ଯ୍ୟନ ଓ ତାଙ୍କ ଭଉଣୀଙ୍କ ଏହି ଭିଡିଓ ଟିରେ  ଫ୍ୟାନ୍ସ ମାନେ ବି ଖୁବ କମେଣ୍ଟ କରିବା ସହ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । କହିରଖିବା ଉଚିତ ହେବକି, କରୋନା ଭାଇରସ ନେଇ ସଚେତନ କରିବା ପାଇଁ କାର୍ତ୍ତିକ ଫୁଲଦମରେ ଲାଗି ପଡିଛନ୍ତି ।

ଏମିତିକି କରୋନାକୁ ନେଇ ଏକ ନୂଆ ଟକ ସୋ’ “କୋକି ପୁଛେଗା” ଆରମ୍ଭ କରିଦେଇଛନ୍ତି । ଏହି   ଟକ ସୋ’ରେ କାର୍ତ୍ତିକ ଲୋକପ୍ରିୟ  ସେଲିବ୍ରିଟି, ହିରୋ ତଥା ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଇଣ୍ଟରଭିୟୁ ନେଉଥିବାର ଦେଖାଦେଇଛି । ତାଙ୍କ କ୍ୟାରିୟର ଉପରେ ଦୃଷ୍ଟି ପକାଇଲେ ଶେଷ ଥର ପାଇଁ  ସାରା ଅଲ୍ଲୀ ଖାଁଙ୍କ ସହ କାର୍ତ୍ତିକ “ଲବ ଆଜ କାଲ” ସିନେମାରେ ନଜର ଆସିଥିଲେ । ଖୁବ ଶୀଘ୍ର ସେ “ଦୋ ସ୍ତାନା 2″ରେ ନଜର ଆସିବେ ବୋଲି ଜଣାଯାଇଛି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.