ମୁନିଗୁଡା ବ୍ଲକ୍ ଅଫିସ ଡ୍ରାଇଭର ହତ୍ୟା ଘଟଣା, ୨ ସୁପାରୀ କିଲର ଗିରଫ

ମୋହନା: ବହୁଚର୍ଚ୍ଚିତ ରାୟଗଡା ଜ଼ିଲ୍ଲା ମୁନିଗୁଡା ବ୍ଲକ ଅଫିସ ଡ୍ରାଇଭର ଯୁବରାଜ ଚଣ୍ଡୀ ହତ୍ୟା ଘଟଣାରେ ଅଡବା ପୋଲିସ ୨ଜଣ ସୁପାରୀ କିଲରଙ୍କୁ ଗିରଫ କରିଛି l ଏହି ହତ୍ୟାକାଣ୍ଡ ଭିଆଇବା ପାଇଁ ସେମାନେ ୩୦ ହଜାର ଟଙ୍କା ନେଇଥିଲେ l ଗିରଫ ମାନେ ହେଲେ ଗଞ୍ଜାମ ଜ଼ିଲ୍ଲା ହିଂଜ଼ୀଳି ଥାନା ଖରିଡା ଗ୍ରାମର ପ୍ରମୋଦ କୁମାର ବେହେରା ଏବଂ ଆସିକା ଥାନା ଖଣଭାଗ ଗ୍ରାମର ଅନିଲ କୁମାର ବେହେରା ସେମାନଙ୍କ ନାମରେ ଆଉ କେଉଁ ମାମଲା ଅଛି ପୋଲିସ ତଦନ୍ତ କରୁଛି l

murderସୂଚନା ଯୋଗ୍ୟ ଯେ ଜାନୁୟାରୀ  ୧ତାରିଖରେ ଅଡବା ଥାନା ନିକଟରେ ଥିବା ହରଭଙ୍ଗୀ ଡ୍ୟାମ କଡ଼ରୁ ଯୁବରାଜଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ କରିଥିଲା ପୋଲିସ l ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଛି l ମୃତ ଯୁବରାଜଙ୍କ ସ୍ତ୍ରୀ ତଥା ମୁନିଗୁଡା ତହସିଲ କାର୍ଯ୍ୟାଳୟ କିରାଣି ନିବେଦିତା ନାୟକ ଏବଂ ତାଙ୍କ ପ୍ରେମିକ ପିପିଲି ସୁଜିତ ମହାପାତ୍ର ମିଳିତ ଭାବେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଫେସବୁକ ରୁ ସୁଜିତ ଏବଂ ନିବେଦିତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏଥିରେ ବାଧକ ସାଜିଥିଲେ ଯୁବରାଜ ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ପୂର୍ବ ଯୋଜନା ମୁତାବକ ସୁପାରୀ କିଲରଙ୍କ ସହାୟତାରେ ମୁନିଗୁଡାରେ ଯୁବରାଜଙ୍କୁ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଗଜପତି ଜ଼ିଲ୍ଲା ଅଡବା ଡ୍ୟାମ କଡରେ ଫିଙ୍ଗିଦେଇଥିଲେ ଦୁର୍ବୁତ୍ତ ।

police arrestପୂର୍ବରୁ ନିବେଦିତା ଏବଂ ସୁଜିତ ଗିରଫ ହୋଇଥିବା ବେଳେ ୨ସୁପାରୀ କିଲର ଚେନ୍ନାଇ ଚାଲିଯାଇଥିଲେ । ଲକଡାଉନ ପାଇଁ ସେମାନେ ଘରକୁ ଆସିଥିବା ବେଳେ ଆସିକା ପୋଲିସ ସହାୟତାରେ ତାଙ୍କୁ ଗିରଫ କରାଯାଇଛି l ତେବେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି l

You might also like