ଲକଡାଉନ୍ ବେଳେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି ଓଲିଉଡ ଷ୍ଟାର ସବ୍ୟସାଚୀ ମିଶ୍ର, ନିଜ ଘରେ ଖୋଲିଛନ୍ତି କଣ୍ଟ୍ରୋଲ ରୁମ୍

କରୋନା ମହାମାରୀ ସମୟରେ ସବୁ ବର୍ଗର ବ୍ୟକ୍ତି ବିଶେଷ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି ତାଲିକାରେ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଛନ୍ତି। ଏହି ମହାବିପତ୍ତି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଉଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।

sabya

ଲକଡାଉନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ଲୋକମାନେ ସାହାଯ୍ୟ ଚାହୁଁଥିବା ବେଳେ ସେମାନଙ୍କ ପାଖରେ ଦେବଦୂତ ସାଜି ପହଞ୍ଚୁଛନ୍ତି ଏହି ଓଲିଉଡ ଷ୍ଟାର। ଏଥିପାଇଁ ସେ ନିଜ ଘରେ ଏକ ଛୋଟ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲିଛନ୍ତି। ଏହି ସାହାଯ୍ୟରେ ସେ ଅସହାୟଙ୍କୁ ସାହାଯ୍ୟ କରିପାରୁଛନ୍ତି। ସବ୍ୟସାଚୀଙ୍କର ଏହି ଚେଷ୍ଟାରେ ଓଡ଼ିଶା ପୋଲିସ, ପ୍ରଶାସନିକ ଅଧିକାରୀ ଓ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ବେଶ ସହଯୋଗ କରୁଥିବା ସେ କହିଛନ୍ତି। ତାଙ୍କ ଆବଶ୍ୟକତାକୁ ସରକାରୀ ଅଧିକାରୀ ଜରୁରୀକାଳୀନ ଆବଶ୍ୟକତା ଭାବେ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି।

https://www.facebook.com/sabyaactor/posts/2913034162150707:0

ଏନେଇ ସବ୍ୟସାଚୀ କହିଛନ୍ତି ଯେ “ଆଜି ଯାଏଁ ମୁଁ ମୋ ସୋସିଆଲ ମିଡିଆ ପ୍ରୋଫାଇଲକୁ କେବଳ ଫିଲ୍ମ ପ୍ରମୋସନ ପାଇଁ ବ୍ୟବହାର କରୁଥିଲି। ହେଲେ ପ୍ରଥମ ଥର ମନେ ହେଉଛି ମୋ ପ୍ରୋଫାଇଲକୁ ମୁଁ ସଠିକ ବ୍ୟବହାର କରୁଛି। ଏହି ବିପଦ ସମୟରେ ଯିଏ ମତେ ସାହାଯ୍ୟ ମାଗୁଛନ୍ତି, ତାଙ୍କ ସତ୍ୟତା ଯାଞ୍ଚ କରିବା ପରେ ମୁଁ ତାଙ୍କୁ ସାହାଯ୍ୟ କରୁଛି।” ଏଥୁସହ ଏହି କଷ୍ଟ ସମୟ ଶୀଘ୍ର ଦୂର ହେଉ ବୋଲି ପ୍ରାର୍ଥନା କରିଛନ୍ତି ସବ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.