କରୋନା ରୋଗୀଙ୍କ ସେବା କରି ସଂକ୍ରମିତ ହେଲେ ମା, ମୃତ୍ୟୁ ପୂର୍ବରୁ ଝିଅକୁ ଲେଖିଥିବା ଶେଷ ମେସେଜ ହେଲା ଭାଇରାଲ

କରୋନା ଭାଇରସର ପ୍ରକୋପରେ ଛାତି ଥରାଇଦେବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ଆମେରିକାରୁ ସାମ୍ନାରୁ ଆସିଛି, ଯେଉଁଠାରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସେବା କରୁଥିବା ଜଣେ ମା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହା ପୂର୍ବରୁ ସେ ତାଙ୍କ ଝିଅ ପାଇଁ ଲେଖିଯାଇଥିବା ଶେଷ ମେସେଜ ଭାଇରାଲ ହୋଇଛି। ମେଡିକାଲ ପ୍ରଫେସନାଲ ସହ ଜଡିତ ମା ଜୋକି ସଂକ୍ରମିତ ବ୍ୟକ୍ତିଙ୍କ ସେବା କରୁଥିବା ବେଳେ ଶେଷରେ ନିଜେ ଶେଷ ନିଶ୍ୱାସ ତ୍ୟାଗ କରିବା ସମୟରେ ନିଜ ଝିଅକୁ ଏକ ଶେଷ ମେସେଜ କରିଛନ୍ତି, ଯାହାକୁ ପଢିବା ପରେ ଆପଣମାନଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ।

ସୂଚନା ମୁତାବକ ଏହି ମହିଳା ଡାକ୍ତରଙ୍କ ନା ହେଉଛି ମାଘବି ଆୟା। ସେ ପ୍ରଥମେ ଭାରତରେ ଡାକ୍ତର ଥିଲେ। ଶେଷରେ ସେ ୟୁଏସ ସିପ୍ଟ ହୋଇଥିଲେ। ୬୧ ବର୍ଷୀୟ ମାଘବି ବୃକଲିନ Woodhull Medical Center ରେ ଫିଜିସିୟନ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ହସ୍ପିଟାଲର ଏମରଜେନ୍ସି ୱାର୍ଡରେ ସେ କାମ କରୁଥିଲେ। ରିପୋର୍ଟ ଅନୁଯାୟୀ ସେ ନିଜେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ଗତ ମାର୍ଚ୍ଚ ୧୮ ତାରିଖରେ ସେ ନିଜେ କରୋନାରେ ସଂକ୍ରମିତ ହୋଇଥିଲେ। ଯାହାଫଳରେ ଶେଷରେ ୧୧ ଦିନ ପରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଘର ଠାରୁ ୩ କି.ମି ଦୂରରେ ହସ୍ପିଟାଲ ରହିଥିଲେ ମଧ୍ୟ ଶେଷର ତାଙ୍କୁ କେହି ସାକ୍ଷାତ କରିପାରିନଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କ ଝିଅ ମିନ୍ନୋଲି ମେସେଜ କରିଥିଲେ। ତାଙ୍କ ଝିଅ ଡାକ୍ତରୀ ପାଇଁ ପାଠ ପଢୁଥିଲେ। ଯାହାର ଫଟୋ କପି ଭାଇରାଲ ହେବାରେ ଲାଗିଛି। ମାଘବିଙ୍କ ପତି ରାଜ କହିଛନ୍ତି, ସେ ସର୍ବଦା ପ୍ରତ୍ୟେକ ସମସ୍ୟାରେ ପରିବାର ସହ ଛିଡା ହୋଇଛନ୍ତି କିନ୍ତୁ ଯେତେବେଳେ ସେ ରୋଗରେ ପଡିଲେ ସେହି ସମୟରେ ଆମେ ତାଙ୍କ ସାଥ ଦେଇପାରିଲୁ ନାହିଁ। ଏହି ମେସେଜରେ ମାଘବି ତାଙ୍କର ଏକମାତ୍ର ଝିଅକୁ ଲେଖିଛନ୍ତି, ମୁଁ ମୋ ଝିଅକୁ ବହୁତ ଭଲ ପାଉଛି ଏବଂ ବହୁତ ଜଲଦି ପୁଣି ଥରେ ଫେରି ଆସିବି।

ମାଘବିଙ୍କ ଝିଅ ମିନ୍ନୋଲି କହିଛନ୍ତି, ସେ ମତେ ଡାକ୍ତର ହେବାର ଦେଖିବାକୁ ଚାହୁଁଥିଲେ। ଏଥିସହ ମିନ୍ନୋଲି କହିଛନ୍ତି ଆମେ କେବେ ବି ଭାବି ନଥିଲୁ ସେ ଅତେ ଜଲଦି ଆମକୁ ଛାଡି ଚାଲିଯିବେ। ଏବେ ବି ମା ଆମ ସାଥିରେ ନଥିବା ମୁଁ ଏବେ ବି ବିଶ୍ୱାସ କରିପାରୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.